ଭୁବନେଶ୍ବର,୦୭/୧୨: ୧.୨୩ କୋଟି ଠକେଇ ଅଭିଯୋଗରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପୂର୍ବତନ କର୍ମଚାରୀ ଗିରଫ । ବାଲେଶ୍ବରରେ ଥିବା ପିଏନବି କାର୍ଯ୍ୟାଳୟର ପୂର୍ବତନ ମ୍ୟାନେଜର ବିନୟ ସୋନକରଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା। ତାଙ୍କୁ ଗତକାଲି ପଶ୍ଚିମବଙ୍ଗର ବର୍ଡଓ୍ବାନ ଗିରଫ କରାଯାଇଥିବା ବେଳେ ଆଜି ଓପିଆଇଡି ଆକ୍ଟ ଅନୁଯାୟୀ ତାଙ୍କୁ କୋର୍ଟରେ ହାଜର କରାଯିବ ।
ବାଲେଶ୍ବର ପିଏନବିର ମୁଖ୍ୟ ପରିଚାଳକଙ୍କ ଅଭିଯୋଗ ଅନୁଯାୟୀ, ସୋନକର ସର୍କଲ ଅଫିସରେ ମ୍ୟାନେଜର ଭାବରେ କାର୍ଯ୍ୟକାଳ ସମୟରେ ୧.୨୩ ଟଙ୍କାର ଠକେଇ କରିଥିବା କହିଛନ୍ତି । ୨୦୨୦ ଅଗଷ୍ଟ ୩୧ ରୁ ୪ ଜୁନ୍ ୨୦୨୨ ପର୍ଯ୍ୟନ୍ତ ତାଙ୍କୁ ଜିଏସଏଡିରେ ନିଯୁକ୍ତ କରାଯାଇଥିଲା । ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ଗରିବ ଲୋକଙ୍କ ପାଇଁ ଋଣ ପାଇଁ ଉଦ୍ଦିଷ୍ଟ CGTSME ଆକାଉଣ୍ଟରେ କ୍ରେଡିଟ୍ ଗ୍ୟାରେଣ୍ଟି ରାଶି ଜମା କରିବାକୁ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସୋନକର ଶାଖା ପରିଚାଳକଙ୍କୁ ବିଭିନ୍ନ ଅନଧିକୃତ ଆକାଉଣ୍ଟରେ ଟଙ୍କା ଋଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।