ଆଠଗଡ଼, ୬।୭: ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ । ଯେତେ ଖୋଜିଲେ ସେତେ ବାହାରୁଛି । ଚଢ଼ାଉରେ ଚୋରା ଦେଶୀ-ବିଦେଶୀ ମଦ ସହ ପୋଚ ଜବତ କରିଛି ଅବକାରୀ ବିଭାଗ । କଟକ ଫ୍ଲ୍ୟାଇଂ ସ୍କ୍ୱାଡ୍ ଓ ଆଠଗଡ଼ ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଓ ଖଣ୍ଡୁଆଳି ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ୧୭,୯୫୫ ଲିଟର ପୋଚ ସହିତ ୧,୮୯୦ ଲିଟର ଦେଶୀ ମଦକୁ ନଷ୍ଟ କରିଛି ଅବକାରୀ ବିଭାଗ ।
ଏହି ଅଞ୍ଚଳରେ ଅନେକ ଥର ଚଢ଼ାଉ ସତ୍ତ୍ୱେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଅବକାରୀ ବିଭାଗ ବାରମ୍ୱାର ବିଫଳ ହେଉଛି । ରବିବାର ଜଙ୍ଗଲରେ ଚଢ଼ାଉ କରି ଚୋରା ଦେଶୀ ମଦ ସହିତ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ଆଠଗଡ଼ ଅବକାରୀ ଡେପୁଟି ସୁପରିଟେଣ୍ଡଣ୍ଟ ସିଏଚ୍ ତିରୁପତିଙ୍କ ସମେତ ୬ରୁ ଅଧିକ ଅଧିକାରୀ ସାମିଲ ଥିଲେ ।