ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମେହେନ୍ଦୀରେ ବିଫଳ ବିବାହ କଥା, ଶାଶୁଘରର ତିକ୍ତ ଅନୁଭୂତି ବଖାଣିଲେ ମହିଳା

Published By : Rasmita Pradhan | December 14, 2024 2:20 PM

ନୂଆଦିଲ୍ଲୀ, ୧୪/୧୨ : ବିବାହ ବିଚ୍ଛେଦ ଅନେକଙ୍କ ଜୀବନରେ ଅତି ତିକ୍ତ ଅନୁଭୂତି ଆଣି ଦେଇଥାଏ ।  ନିକଟରେ ଜଣେ ମହିଳା ମେହେନ୍ଦୀରେ ତାଙ୍କର ହୃଦୟ ଭାଙ୍ଗିଯିବାର ଯନ୍ତ୍ରଣା ଓ  ବିଫଳ ବୈବାହିକ ଜୀବନର କାହାଣୀକୁ ଚିତ୍ରଣ କରିଛନ୍ତି । ସେ ସଂପର୍କିତ ଫଟୋ  ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । 

ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଜଣକ ତାଙ୍କ କହୁଣୀରୁ ନେଇ ହାତର ପାପୁଲି ପର୍ଯ୍ୟନ୍ତ ମେହେନ୍ଦୀ କରିଛନ୍ତି । ସେଥିରେ ଶାଶୂଘରେ ସେ ସାମ୍ନା କରିଥିବା ଯନ୍ତ୍ରଣାର ବିଭିନ୍ନ ପର୍ଯ୍ୟାୟକୁ ଚିତ୍ର ମାଧ୍ୟମରେ ଅବତାରଣା କରିଛନ୍ତି । ଶାଶୂଘରେ ତାଙ୍କୁ କିଭଳି ଚାକର ଭଳି ଖଟାଯାଉଥିଲା, ସେ କିଭଳି ଏକୁଟିଆ ହୋଇଯାଇଥିଲେ, ସ୍ୱାମୀଙ୍କ ଅସହଯୋଗ, ପରିବାର ସଦସ୍ୟଙ୍କ ସହିତ କଳହ, ଭୁଲ ବୁଝାମଣା ଇତ୍ୟାଦି ସମସ୍ତ ପ୍ରକାର କଥାର ପ୍ରତୀକ ଭାବେ ଗୋଟିଏ ଗୋଟିଏ ଚିତ୍ର ରହିଛି । ଶେଷ ଡିଜାଇନ୍‌ଟି ତାଙ୍କ ବିବାହ ବିଚ୍ଛେଦକୁ ସୂଚାଉଛି । ସବୁ ଡିଜାଇନ୍‌ର ତଳେ ତାହା ତାଙ୍କର କେଉଁ ମାନସିକ ସ୍ଥିତିକୁ ଦର୍ଶାଉଛି ସେ ସଂପର୍କରେ ମଧ୍ୟ ମହିଳା ଜଣକ ଇଂରାଜୀରେ ଲେଖିଛନ୍ତି । ମହିଳାଙ୍କର ଏଭଳି ବିଚାରଧାରା ପ୍ରତି ଅନେକ ୟୁଜର ସହାନୁଭୂତି ପ୍ରକାଶ କରିଛନ୍ତି । 

ସୂଚନାଥାଉକି, ଆଜିକାଲି ବିବାହ ବିଚ୍ଛେଦ ବା ଡିଭୋର୍ସ ମେହେନ୍ଦୀର ଟ୍ରେଣ୍ଡ ଚାଲିଛି। ଏହା ପାରମ୍ପରିକ ମେହେନ୍ଦୀ ଭଳି ନୁହେଁ । ଏହା ମହିଳାଙ୍କ ଅଧିକାର, ବିବାହ ବନ୍ଧନରେ ସେମାନେ ସାମ୍ନା କରୁଥିବା ଚ୍ୟାଲେଞ୍ଜ ଓ ଭାବନାତ୍ମକ ସଂଘର୍ଷକୁ ସୂଚାଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.