ଗୋପାଳପୁର ୨୨/୪/୨୫ ଗୋପାଳପୁର ପୁଲିସ ଆଜି ଜଣେ ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଗୋଳାବନ୍ଧର ଅନିଲ କୁମାର ସାହୁ ବୋଲି ପୁଲିସ କହିଛି l
ଗୋଳାବନ୍ଧର ଅନିଲ କୁମାର ସାହୁ ଗୋଳାବନ୍ଧ ଛକରେ ଦୀର୍ଘ ବର୍ଷ ଧରି ସାହୁ ଏଣ୍ଡ ସାହୁ ମେଡ଼ିସିନ ଷ୍ଟୋର ଖୋଲିଥିଲେ। ସେଠାରେ ଏମବିବିଏସ ଡାକ୍ତର ଭାବେ ନିଜ ନାମ ଫଳକ ଲଗାଇ ଲୋକଙ୍କୁ ଚିକିତ୍ସା କରିବା ସହ ଔଷଧ ଦେଉଥିବା ପୁଲିସକୁ ସୂଚନା ମିଳିଥିଲା l ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଓ ଏକ ଟିମ ସେଠାକୁ ଯାଇ ପଚରା ଉଚରା କରିବା ସହ ନଥିପତ୍ର ମାଗିଥିଲେ l କିନ୍ତୁ ସଠିକ ନଥିବା ଜାଣିବାକୁ ପାଇଥିଲେ l ସେଠାରୁ ନଥିପତ୍ର, ଥେସିସ ସ୍କୋପ,ବିପି ମାପିବା ଯନ୍ତ୍ର, ପ୍ୟାଡ,ଡାକ୍ତର ଲେଖା ଯାଇଥିବା ନାମ ଫଳକ,ସାଲାଇନ ଷ୍ଟାଣ୍ଡ ଆଦି ଜବତ କରିଥିଲେ। ଅନିଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l