ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନକଲି ପୋଲିସ ଅଫିସର ଗିରଫ, ଚାକିରି ଆଶାୟୀଙ୍କୁ ଠକୁ ଥିଲେ

Published By : Suraj Kumar | April 2, 2025 7:28 PM

କଟକ, ୨।୪ :  ନକଲି ପୋଲିସ ଅଫିସର ଗିରଫ। ଟାର୍ଗେଟରେ ଥିଲେ ଚାକିରି ଆଶାୟୀ। ପୋଲିସ ଅଫିସର ପରିଚୟ ଦେଇ ଚାକିରି ଆଶାୟୀଙ୍କୁ ଠକୁ ଥିଲେ । ଏଭଳି ଅଭିଯୋଗ ପାଇ  ବାଦାମବାଡ଼ି ଥାନା ପୋଲିସ ଜଣେ ନକଲି ପୋଲିସ ଅଫିସରଙ୍କୁ ଗିରଫ କରିଛି। ନକଲି ପୋଲିସ ଅଧିକାରୀ ଜଣକ ହେଲେ ତିଗିରିଆ ନୂଆପାଟଣାର ଗୁଣ୍ଡିଚା ଦଳେଇ। 

ଏବେ ହୋମଗାର୍ଡ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ସୁଯୋଗ ନେଇ ମାହାଙ୍ଗା ର ଜିତାଂଶୁ ପରିଡାଙ୍କୁ ହୋମଗାର୍ଡ ଚାକିରି କରାଇ ଦେଵା କହି ଗୁଣ୍ଡିଚା ଟଙ୍କା ଠକି ନେଇଥିବା ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚାକିରି ଆଶାୟୀଙ୍କ ଭିତରେ ଵିଶ୍ବାସ ଜନ୍ମାଇବା ପାଇଁ ଗୁଣ୍ଡିଚା ଫୋଲିସ ଇନ୍ସପେକ୍ଟରଙ୍କ ୟୁନିଫର୍ମ, ପରିଚୟ ପତ୍ର ଓ ଵ୍ୟାଚ ଆଦି ଵ୍ୟଵହାର କରୁଥିଲେ।ଏସବୁ ଜିନିଷ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଜଵତ କରିଛି। ଏହା ସହ ଅଭିଯୁକ୍ତଙ୍କ ଠାରୁ ପୋଲିସ ଗୋଟିଏ ଲାପଟପ,ପାଞ୍ଚଟି ମୋବାଇଲ ଫୋନ୍ ଓ ଗୋଟିଏ ଚେକ୍ ବୁକ୍ ଜଵତ କରିଛି। 

ଅଭିଯୁକ୍ତ ଗୁଣ୍ଡିଚା ଆର ଆଇ, ଅମୀନ ଚାକିରି କରାଇ ଦେବାକୁ କହି ପ୍ରାୟ ୩୦ଜଣ ଯୁଵକ, ଯୁଵତୀଙ୍କୁ ଠକିଥିବା ଡିସିପି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ବ୍ୟାଙ୍କ ଆଟାଉଣ୍ଟକୁ ପୋଲିସ ଫ୍ରିଜ କରିଛି। ଏହା ସହ ଟଙ୍କା ନେଇ କୈାଣସି ଚାକିରି ପ୍ରଲୋଭନ ଦେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେଵା ପାଇଁ ଡିସିପି ଋଷିକେଶ ଖିଲାରି ନିବେଦନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.