ସାଲେପୁର,୦୭/୦୭: କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଲୁଣହାର ଗ୍ରାମର ଯତୀନ୍ଦ୍ର ଭୋଇଙ୍କ ପୁଅ ପ୍ରକାଶ ଭୋଇ(୨୭)ରବିବାର ରାତିରେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଏକ କୋଠରୀରେ ଭିତର ପଟୁ କବାଟ ବନ୍ଦକରି ଫ୍ୟାନରେ ଝୁଳି ପଡ଼ଛନ୍ତି । ପିନ୍ଧା ଶାଢି ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗତ ଦୁଇ ଦିନ ତଳେ ପାରିବାରିକ ଅଶାନ୍ତି କାରଣରୁ ପ୍ରକାଶ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏହା ପରେ ପ୍ରକାଶ ଆତ୍ମହତ୍ୟା କରିଥିବା ଗ୍ରାମବାସୀମାନଙ୍କ ଠାରୁ ଶୁଣିବାକୁ ମିଳିଛି । ସାଲେପୁର ପୁଲିସ ଖବର ପାଇ ସାଲେପୁର ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ।