ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଗାଜାରେ ‘ଦୁର୍ଭିକ୍ଷ’ ଘୋଷଣା କଲା ଜାତିସଂଘ, ଅନାହାରର ଦ୍ବାରଦେଶରେ ୫ ଲକ୍ଷ ଲୋକ

Published By : Tapas Panda | August 22, 2025 9:34 PM

ନୂଆଦିଲ୍ଲୀ: ଇସ୍ରାଏଲର ଆକ୍ରମଣରେ ଅସ୍ତବ୍ୟସ୍ତ ଗାଜା । ସେଠାରେ ବସବାସ କରୁଥିବା ଲୋକଙ୍କ ଅବସ୍ଥା ନକହିଲେ ଭଲ । ଖାଦ୍ୟର ଘୋର ଅଭାବ ଲୋକଙ୍କ ଜୀବନ ନେଉଛି । ଏହାକୁ ନଜରରେ ରଖି ଶୁକ୍ରବାର ଜାତିସଂଘ ଗାଜାରେ ଦୁର୍ଭିକ୍ଷ ଘୋଷଣା କରିଛି । ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା ୫ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଛି । ଯଦି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ନହୁଏ ଏବଂ ମାନବିକ ସହାୟତାର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ ନହୁଏ, ତେବେ ଏହି ସଙ୍କଟ ସମଗ୍ର ଅଞ୍ଚଳରେ ବ୍ୟାପିପାରେ । 

 ଜାତିସଂଘ ସହାୟତା ମୁଖ୍ୟ ଟମ୍ ଫ୍ଲେଚର କହିଛନ୍ତି ଯେ, ପଶ୍ଚିମ ଏସିଆରେ ପ୍ରଥମେ ଆସିଥିବା ଏହି ବିପର୍ଯ୍ୟୟ ସମ୍ପୂର୍ଣ୍ଣ ଭାବରେ ରୋକାଯାଇପାରିବ । ସେପଟେ ଗାଜାରେ ଦୁର୍ଭିକ୍ଷର ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଇସ୍ରାଏଲ । ସମନ୍ୱିତ ଖାଦ୍ୟ ସୁରକ୍ଷା ପର୍ଯ୍ୟାୟ ବର୍ଗୀକରଣ (IPC) ପକ୍ଷରୁ କୁହାଯାଇଛି ଯେ, ଗାଜା ସହର ଦୁର୍ଭିକ୍ଷର ସମ୍ମୁଖୀନ ହେଉଛି ଏବଂ ଏହି ସଙ୍କଟ ଆସନ୍ତା ମାସ ଶେଷ ସୁଦ୍ଧା ଦକ୍ଷିଣରେ ଡେର ଅଲ-ବାଲାହ ଏବଂ ଖାନ ୟୁନିସ ଭଳି ସହରକୁ ବ୍ୟାପିପାରେ । ଗାଜା ପଟିରେ ଇସ୍ରାଏଲର ଲଗାତାର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ଓ ଅନ୍ୟାନ୍ୟ ମାନବିକ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ ପାଲେଷ୍ଟାଇନ ନାଗରିକ ପ୍ରଭାବିତ ହେଉଛନ୍ତି । ବିଶେଷକରି ପିଲାମାନେ ଅନାହାରର ଶିକାର ହେଉଛନ୍ତି । 

 ପଶ୍ଚିମ ଏସିଆର ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଦୁର୍ଭିକ୍ଷ ପରିସ୍ଥିତିକୁ ଆଇପିସି ପ୍ରଥମ ଥର ପାଇଁ ନିଶ୍ଚିତ କରିଛି । ଏହା ହମାସ ସହିତ ଯୁଦ୍ଧବିରତି ଚୁକ୍ତିନାମାରେ ପହଞ୍ଚିବା ପାଇଁ ଇସ୍ରାଏଲ ଉପରେ ଚାପ ବୃଦ୍ଧି କରିପାରେ। ସେପଟେ ଇସ୍ରାଏଲ, ଗାଜା ପଟିରେ ସାମରିକ ଅଭିଯାନକୁ ତୀବ୍ର କରି ଗାଜା ସିଟି ଏବଂ ଅନ୍ୟ ସହରଗୁଡ଼ିକର ନିୟନ୍ତ୍ରଣ ହାସଲ କରିବାକୁ ଯୋଜନା କରୁଛି । ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଏହା ଏହି ଅଞ୍ଚଳରେ ଖାଦ୍ୟ ସଙ୍କଟକୁ ଆହୁରି ଘନୀଭୂତ କରିପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.