ମୁମ୍ବାଇ,୧୬/୩ : ବଲିଉଡ଼ର ଭାଇଜାନ ସଲମାନ ଖାନ ନିଜ ଆଗାମୀ ଫିଲ୍ମ ‘ସିକନ୍ଦର’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ସୁଟ୍ ନିକଟରେ ପୁରା ହୋଇଛି ଏବଂ ଏହାସହ ସଲମାନଙ୍କ ନୂଆ ଲୁକ୍ ବି ସାମ୍ନାକୁ ଆସିଛି । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି । ସଲମାନ ଖାନ ‘ସିକନ୍ଦର’ର ସୁଟିଂ ଶେଷ ହେବା ପରେ ନିଜ ଦାଢୀ ହଟାଇ ଦେଇଛନ୍ତି ଏବଂ କ୍ଲିନ ସେଭ ଲୁକ୍ ନଜର ଆପଣାଇଛନ୍ତି। ଯାହାକୁ ଦେଖି କିଛି ଲୋକ ତାଙ୍କ ତାରିଫ କରୁଛନ୍ତି ତ କିଛି କହୁଛନ୍ତି ତାଙ୍କର ବୟସ ହେବା ଭଳି ଲାଗୁଛି । ଫ୍ୟାନ୍ସ ଏବେ ଚିନ୍ତାରେ ଅଛନ୍ତି ।
‘ସିକନ୍ଦର’ ଆକ୍ସନରେ ଭରପୁର ହୋଇଥିବା ଫିଲ୍ମ ଅଟେ । ଯାହାକୁ ଏ.ଆର. ମୁଋଗାଦସ ନିର୍ଦେଶନା ଦେଇଛନ୍ତି ଏବଂ ସାଜିଦ ନାଡିୟାଡଓ୍ବାଲା ପ୍ରଡ୍ୟୁସ କରିଛନ୍ତି । ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଅଛନ୍ତି । ସିକନ୍ଦର ଇଦ ୨୦୨୫ରେ ରିଲିଜ ହେବ । ଯାହାକୁ ଫ୍ୟାନ୍ସମାନେ ବହୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସୁଟିଂ ସମୟରେ ସଲମାନଙ୍କ ଲୁକ୍ ଦାଢୀ ସହ ଥିଲା । ଯାହା ତାଙ୍କ ଚରିତ୍ରର ଏକ ଭାଗ ଥିଲା। କିନ୍ତୁ ଏବେ କ୍ଲିନ ସେଭ୍ ଲୁକରେ ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପୂର୍ବ ଭଳି ଦେଖାଯାଉଛନ୍ତି । କିନ୍ତୁ କିଛି ଫ୍ୟାନ୍ସଙ୍କ କହିବା କଥା କି ବୟସର ପ୍ରଭାବ ତାଙ୍କ ଚେହେରାରେ ଆସିବାରେ ଲାଗିଲାଣି ।