ନୂଆଦିଲ୍ଲୀ : ମହାକୁମ୍ଭମେଳାରେ ଭାଇରାଲ ହୋଇଥିବା ମୋନାଲିସାଙ୍କ ବିବାହ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିଲା । ସେ ମୁସଲମାନ ଯୁବକ ଫରମାନଙ୍କୁ ବିବାହ କରିଥିବାବେଳେ ଏବେ ଏହି ଘଟଣା ନୂଆ ମୋଡ଼ ନେଇଛି । ମୋନାଲିସାଙ୍କ ବୟସ ୧୬ ବୋଲି ଜଣାପଡ଼ିବା ପରେ ସ୍ବାମୀ ଫରମାନଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି । ସେପଟେ ଏହାରି ଭିତରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଫରମାନଙ୍କ ଭଳି ଦିଶୁଥିବା ଜଣେ ଯୁବକ ମୋନାଲିସାଙ୍କ ସମ୍ପର୍କରେ କହିଥିଲେ । ଆଉ ଏବେ ଘଟଣା ଗଭୀର ହେବା ପରେ ସେ ସ୍ଫଷ୍ଠିୀକରଣ ରଖିଛନ୍ତି ।

କିଛିଦିନ ତଳେ ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା । ଯାହାକି ଫରମାନଙ୍କର ବୋଲି କୁହାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି, ମୋନାଲିସା ଫେରାର ହୋଇଯାଇଛନ୍ତି । ଯାହାକୁ ନେଇ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ କେରଳ ପୁଲିସର ଚିନ୍ତା ବଢ଼ିଯାଇଥିଲା । କିନ୍ତୁ ଏବେ ଏହି ଭିଡିଓରେ ଦେଖାଯାଇଥିବା ଯୁବକ ଜରକ ଫରମାନ ନୁହେଁ ବୋଲି ସେ ନିଜେ ,କ ଭିଡିଓ ଜରିଆରେ ଜଣାଇଛନ୍ତି । ସେ କହିଛନ୍ତି କି, ମୁଁ ମୁସଲମାନ ନୁହେଁ, ମୁଁ ହିନ୍ଦୁ । କେବଳ ମଜାରେ ମୁଁ ଏଭଳି ଏକ ଭିଡିଓ ବନାଇଥିଲି । ମୁଁ ଫରମାନ କିଏ ଜାଣିନି ।

ଭିଡିଓ କରିଥିବା ଯୁବକ ଜଣକ ହେଉଛନ୍ତି ଅରବିନ୍ଦ ଯୋଶୀ । ସେ କହିଛନ୍ତି କି, ମୋର ସେ ଘଟଣାରେ କୌଣସି ସମ୍ପର୍କ ନାହିଁ । ମୁଁ କେବଳ ଖୁସିରେ ଏକ ଭିଡିଓ କରି ପୋଷ୍ଟ କରିଥିଲି । ଅରବିନ୍ଦ ସ୍ପଷ୍ଟ କରିଛନ୍ତି ଯେ ମୋନାଲିସାଙ୍କ ପଳାୟନ କାହାଣୀ ସମ୍ପୂର୍ଣ୍ଣ ଭାବରେ ମନଗଢ଼ା ଏବଂ ମିଥ୍ୟା ଥିଲା। ଯଦିଓ ପଳାୟନ ଭିଡିଓଟି ଏକ ମଜା ବୋଲି ଜଣାପଡ଼ିଥିଲା, କିନ୍ତୁ ପ୍ରକୃତ ଫରମାନ ଖାନଙ୍କ ଉପରେ ଆଇନଗତ କଡ଼ାକଡ଼ି ହେବାକୁ ଯାଉଛି। ସେପଟେ ମୋନାଲିସାଙ୍କୁ ୧୮ ବର୍ଷ ହୋଇନଥିବାରୁ ଫରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ନାବାଳିକା ଅପହରଣ ଏବଂ ଅବୈଧ ସମ୍ପର୍କ ଅଭିଯୋଗରେ ମାମଲା ମଧ୍ୟ ରୁଜୁ ହେବ । 

ଏହାସହ ପଢ଼ନ୍ତୁ : ରୋହିତ ରିଟାୟର୍ଡ ହର୍ଟ, ବିରାଟ ଯନ୍ତ୍ରଣାରେ...ରୋ-କୋଙ୍କ ଆହତ ବଢାଇଲା ଟେନ୍‌ସନ୍