ନୂଆଦିଲ୍ଲୀ,୧୩/୦୪; ଆଇପିଏଲରେ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ରୋହିତ ଶର୍ମା ଓ ବିରାଟ କୋହଲି ଆହତ ହୋଇଛନ୍ତି । ହିଟମ୍ୟାନ୍ ରୋହିତ ଶର୍ମା ହାମଷ୍ଟ୍ରିଙ୍ଗ୍ ଆଘାତ ଯୋଗୁଁ ବ୍ୟାଟିଂରୁ ଅବସର ନେଇଥିଲେ । ଆରସିବି ଷ୍ଟାର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଗୋଡ଼ ଆଘାତରେ ଚିନ୍ତିତ ଥିବା ଦେଖାଯାଉଥିଲେ । କୋହଲିଙ୍କର ଗୋଇଠି ଯନ୍ତ୍ରଣା ପାଇଁ ସେ ଫିଲ୍ଡିଂ କରିନଥିଲେ । ରୋହିତ-କୋହଲିଙ୍କ ଆଘାତ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାୟଲ ଚ୍ୟାଲେଞର୍ସ ବେଙ୍ଗାଲୁରୁ ପାଇଁ ଅସୁବିଧା ବଢାଇ ଦେଇଛି ।
ମୁମ୍ବାଇ ଇଣ୍ଡିଆନ୍ସ ୨୪୧ ରନର ଏକ ବିଶାଳ ଟାର୍ଗେଟର ପିଛା କରୁଥିବା ବେଳେ ହଠାତ୍ ରୋହିତ ଶର୍ମା ପଞ୍ଚମ ଓଭରରେ ରିଟାୟର୍ଡ ହଟ୍ ହୋଇଗଲେ । କିଛି ବଲ ପରେ, ସେ ଫିଜିଓଙ୍କୁ ଡାକିଲେ, କିନ୍ତୁ ଯନ୍ତ୍ରଣା ବଢିବାକୁ ତାଙ୍କୁ ପଡିଆ ଛାଡିବାକୁ ପଡିଲା । ରୋହିତ ୧୩ ବଲରେ ୧୯ ରନ କରିଥିଲେ ଏବଂ ତାଙ୍କ ହାମଷ୍ଟ୍ରିଙ୍ଗ୍ ବ୍ୟାଣ୍ଡେଜ୍ ହୋଇଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ଚିନ୍ତାର ବିଷୟ ଥିଲା ଯେ ସେ ପୁଣି ବ୍ୟାଟିଂକୁ ଫରିବେ ନାହିଁ । ଆଘାତର ଗମ୍ଭୀରତା ନିର୍ଣ୍ଣୟ କରିବା ପାଇଁ ତାଙ୍କର ସ୍କାନ କରାଯିବ । ୩୭ ବର୍ଷ ବୟସରେ ଏପରି ଆଘାତରୁ ସୁସ୍ଥ ହେବାକୁ ସମୟ ଲାଗିପାରେ ।
ବିରାଟ କୋହଲି ମଧ୍ୟ ଆରସିବି ଇନିଂସ ସମୟରେ ଗୋଡ ସମସ୍ୟା ସହିତ ସଂଘର୍ଷ କରୁଥିବା ଦେଖାଯାଇଥିଲା । ଯଦିଓ କୋହଲି ୩୮ ବଲରେ ୫୦ ରନ କରିଥିଲେ, କିନ୍ତୁ ତାଙ୍କର ଷ୍ଟ୍ରାଇକ୍ ରେଟ ତୁଳନାରେ ସ୍କୋର କରିବା ଧୀର ଥିଲା । ଯାହା ତାଙ୍କ ଖେଳରେ ବହୁତ କମ ଦେଖାଯାଏ । ଏହା ବିଶ୍ୱାସ କରାଯାଏ ଯେ, ଗୋଡ଼ ସମସ୍ୟା ତାଙ୍କ ବ୍ୟାଟିଂକୁ ପ୍ରଭାବିତ କରିଥିଲା । ମ୍ୟାଚ ପରେ କ୍ୟାପ୍ଟେନ ରଜତ ପାଟିଦାଲ କୋହିଲଙ୍କ ବିଷୟରେ କହିଥିଲେ, ମୁଁ ଏ ବିଷୟରେ ଜାଣିନାହିଁ, କିନ୍ତୁ ମୁଁ ଭାବୁଛି ସେ ବର୍ତ୍ତମାନ ଠିକ୍ ଅଛନ୍ତି ।
ଏହା ବି ପଢନ୍ତୁ...ମୁମ୍ବାଇ ବିପକ୍ଷରେ ୫୦ ପରେ ରାଗିଗଲେ ବିରାଟ କୋହଲି, କାହିଁକି ଫିଙ୍ଗିଲେ ଗ୍ଲୋବସ୍- ହେଲମେଟ୍ ?
ଏହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୨୪୦ ରନର ବିଶାଳ ସ୍କୋର କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ୟ ହାସଲ କରିବାକୁ ଲଢେଇ କରିଥିଲା ହେଲେ ୫ ୱିକେଟରେ ୨୨୨ରନ କରି ୧୮ରନରେ ପରାସ୍ତ ହୋଇଥିଲା । ଏହି ବିଜୟ ପରେ ଆରସିବି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ତୃତୀୟ ମ୍ୟାଚ ହାରି ଟେବୁଲ ଅଷ୍ଟମ ସ୍ଥାନରେ ରହିଛି । ଏବେ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଫିଟନେସ ରିପୋର୍ଟ ଉପରେ ରହିଛି । ଯଦି ସେ ଗୁରୁତର ଆହତ ହୋଇଥାନ୍ତି ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ଏକ ବଡ଼ ସମସ୍ୟା ହେବ । ସେହିପରି ବିରାଟ କୋହଲି ଆଗାମୀ ମ୍ୟାଚ ପୂର୍ବରୁ ବିଶ୍ରାମ କରିବାକୁ ସମୟ ମିଳିବ । ଆଶା କରାଯାଉଛି କି ସେ ଶୀଘ୍ର ଫିଟ୍ ହୋଇ ମୈଦାନକୁ ଫେରିବେ ।