ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କେନାଲ ଅଛି , ଚାଷ ପାଇଁ ଚାଷୀଙ୍କୁ ମିଳୁନି ପାଣି

Published By : Suraj Kumar | July 9, 2025 6:07 PM

ହରଭଙ୍ଗା, ୯।୭ (ଚିତ୍ତ ରଞ୍ଜନ ସିଂ) : କେନାଲ ଅଛି କିନ୍ତୁ ଚାଷ ପାଇଁ ଚାଷୀଙ୍କୁ ମିଳୁନି ପାଣି। ଏ ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଚାଷୀ। ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗର ହରଭଙ୍ଗା ଠାରେ ଥିବା ସଗଡ଼ିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ପାଣି ମିଳୁ ନ ଥିବା ଅଭିଯୋଗ କରିଛନ୍ତି ଚାଷୀ।

ଉକ୍ତ ପ୍ରକଳ୍ପରୁ ହରଭଙ୍ଗା ଓ ସଂକୁଲେଇ ଦୁଇ ଗୋଟି ପଞ୍ଚାୟତର ହରଭଙ୍ଗା, ସଂକୁଲେଇ, ବୁକେସିଙ୍ଗା, ଡିଆଘାଟ, କୁଡ଼ାସିଙ୍ଗା, ସୁରୁଣ୍ଡି, ଭେଜିଗୋରା, ମଲିକପଡ଼ା, ରାଉତପଡ଼ା, ଆଦି ଏଗାର ଗୋଟିରୁ ଉର୍ଦ୍ଧ ଗ୍ରାମର ଚାଷୀ ମାନେ ଉପକୃତ ହୋଇଥାନ୍ତି।  ବିଶେଷ କରି ଚାଷ କାର୍ଯ୍ୟ ପାଇଁ ଏହି କେନାଲ ଉପରେ ହିଁ ନିର୍ଭର କରିଥାନ୍ତି। କିନ୍ତୁ ମୁଖ୍ୟ କେନାଲ ସହିତ ଶାଖା କେନାଲରେ ଅନାବନା ଗଛ ସହିତ ମାଟି ପଙ୍କରେ ପରିପୂର୍ଣ ହୋଇ ଥିବାରୁ କେନାଲ ଦେଇ ଜଳ ପ୍ରବାହିତ ହୋଇ ପାରୁ ନାହିଁ। ଫଳରେ ଅଞ୍ଚଳର ଚାଷୀମାନେ ପାଣି ପାଇ ପାରୁନାହାନ୍ତି।ଉକ୍ତ କେନାଲର ସମସ୍ୟାକୁ ନେଇ ହରଭଙ୍ଗା ଓ କୁଡ଼ାସିଙ୍ଗା ଅଞ୍ଚଳର ଚାଷୀ ଜିଲ୍ଲାପାଳ ଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଅଭିଯୋଗକୁ ଭିତ୍ତି କରି  ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗକୁ ଗତ ଏପ୍ରିଲ ୨୫ ତାରିଖ ରେ ନିର୍ଦେଶ ଦେଇଥିଲେ।କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇପାରିଲା ନାହିଁ। ତେଣୁ ଅଞ୍ଚଳର ଚାଷୀ ମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। 

ଏ ବାବଦରେ ପୁରୁଣାକଟକ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ରାକେଶ ସେଠୀଙ୍କୁ ପଚାରିବାରୁ ଉକ୍ତ ସମସ୍ୟା ଉପରେ ଅବଗତ ଥିବା ସହିତ ତୁରନ୍ତ କେନାଲ ମରାମତି ଓ କେନାଲ ରୁ ଅନାବନା ଗଛ, ପଙ୍କ ସଫା କରାଯିବ ବୋଲି କହିଥିଲେ। ଆଗାମୀ ଦଶ ଦିନ ଭିତରେ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ସହିତ କେନାଲ ରେ ଥିବା ଅନାବନା ଗଛ ସାଙ୍ଗକୁ କେନାଲରୁ ମାଟି ପଙ୍କ ସଫା କରିବାକୁ ଚାଷୀ ଦାବି କରିଛନ୍ତି।  ନଚେତ ପୁରୁଣାକଟକ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ଘେରାଉ କରିବା ସହିତ ଆନ୍ଦୋଳନ କରିବେ ବୋଲି ଚାଷୀ ନାକୁ ନାୟକ, ଦନାର ବେହେରା, ପବିତ୍ର ନାୟକ, ସୁରଥ ରଣା, ସୀତାରାମ ପାଣ୍ଡେ, ପହଲା ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.