ନୂଆଦିଲ୍ଲୀ,୮।୧୨: ଜାରି ରହିଛି ଚାଷୀ ଆନ୍ଦୋଳନ। ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍ପି) ଉପରେ ଆଇନଗତ ମାନ୍ୟତା ଦାବି କରି ଚାଲିଛି ଆନ୍ଦେଳନ। ରବିବାର ପୁଣିଥରେ ପଞ୍ଜାବ-ହରିୟାଣା ବର୍ଡର ଶମ୍ଭୁ ଠାରୁ ୧୦୧ ଜଣ ଚାଷୀ ଆରମ୍ଭ କରିଥିବା ଦିଲ୍ଲୀ ଚଲୋ ଯାତ୍ରାକୁ ପୁଣି ଦିନକ ପାଇଁ ବନ୍ଦ ଦିଆଯାଇଛି। ମଧ୍ୟାହ୍ନରୁ କୃଷକମାନେ ପଦଯାତ୍ରା ଆରମ୍ଭ କରିଥିଲେ। ଶମ୍ଭୁ ବର୍ଡରରେ ଲାଗିଥିବା ବ୍ୟାରିକେଡ ନିକଟରେ ପହଞ୍ଚିବା କ୍ଷଣି ପୁଲିସ୍ ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ ମାଡ଼ କରିଥିଲା। ପୁଲିସ୍ ଚାଷୀମାନଙ୍କୁ ଦିଲ୍ଲୀ ଚଲୋ ଯାତ୍ରା ଅନୁମତିପତ୍ର ଦେଖାଇବାକୁ କହିଥିଲା। ଏହାକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ଦୁଇପକ୍ଷ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲା । ବ୍ୟାରିକେଡ ନିକଟରେ ପହଞ୍ଚିବା କ୍ଷଣି ପୁଲିସ୍ ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ ମାଡ଼ କରିଥିଲା।
ଏହାକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ଧସ୍ତାଧସ୍ତି ସ୍ଥିତି ସୃଷ୍ଟି ହୋଇଥିଲାବେଶ କିଛି ସମୟ ଉତ୍ତେଜନା ପରେ ଚାଷୀମାନେ ପୁଣି ବ୍ୟାରିକେଡ ଠାରୁ ପଛକୁ ଘୁଞ୍ଚି ରାସ୍ତାରେ ବିକ୍ଷୋଭ ଆରମ୍ଭ କରିଛନ୍ତି। ଏହି ସମୟରେ ପ୍ରଥମେ ଲୁହ ବୁହା ଗ୍ୟାସ ମାଡ଼ କରିଥିବା ପୁଲିସ୍ ସେମାନଙ୍କ ଉପରକୁ ଫୁଲ ପାଖୁଡ଼ା ପକାଇ ଆଶ୍ୱସନା ଦେବାକୁ ଚେଷ୍ଟା କରିଛି। ପୁଲିସ ଫୁଲ ପକାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଫୁଲ ପକାଇ ପୁଲିସ୍ ଚାଷୀମାନଙ୍କୁ ଶାନ୍ତି ଶୃଙ୍ଖଳା ବଜାୟୀ ରଖିବାକୁ ମଧ୍ୟ ନିବେଦନ କରିଥିଲା। ତେବେ ବହୁ ଚାଷୀଙ୍କର ଅଭିଯୋଗ ରହିଛି ଯେ, ଏଥିରେ କେମିକାଲ ମିଶା ଥିଲା। ଏହି ଫୁଲ ପଡିବା ପରେ ବହୁ ଚାଷୀଙ୍କ ଦେହ ଖରାପ ହୋଇ ପଡିଛି।