ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଧାନ ମଣ୍ଡିରେ ଚାଷୀଙ୍କୁ ହେଉଥିଲା ଶୋଷଣ, ବିଧାୟକ କଲେ ଅଚାନକ ପରିଦର୍ଶନ

Published By : Prameya | January 24, 2025 10:58 PM

ନୀଳଗିରି, ୨୪/୧ : ନୀଳଗିରି ବ୍ଲକ ତଥା ଔପଦା ବ୍ଲକରେ ଏବେ ବିଭିନ୍ନ ଧାନ ମଣ୍ଡିରେ ଚାଷୀଙ୍କୁ କରାଯାଉଛି ଶୋଷଣ । ୮ ରୁ ୧୦ପ୍ରତିଶତ କଟାଯାଉଥିବାବେଳେ ମିଲରଙ୍କ ମନମାନି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯୋଗାଣ ମନ୍ତ୍ରୀଙ୍କ ତାଗିଦ ସତ୍ବେ ମିଲରମାନେ କିଛି ସରକାରୀ ଅଧିକାରୀଙ୍କୁ ହାତବାରିସୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି । ଆଜି ଏଭଳି କିଛି ଅଭିଯୋଗ ପାଇ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଦକ୍ଷିଣ ନରସିଂହପୁର ଧାନ ମଣ୍ଡିକୁ ଅଚାନକ ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଛନ୍ତି । ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତରେ ଥିବା ସେବା ସମବାୟ ସମିତି ପରିସରରେ ଧାନ କିଣା ହେଉଥିବାବେଳେ ଚାଷୀଙ୍କୁ ହେଉଥିଲା କଟନୀ ଛଟନୀ। 

ଉନ୍ନତ ମାନର ଧାନ ଆଣିଥିବା ଚାଷୀମାନେ କାହିଁକି ଏତେ ପ୍ରତିଶତ କଟାଯାଉଛି କହି ପରିଦର୍ଶନ କରିଥିଲେ । ଏହି ଧାନ ମଣ୍ଡିରେ ଧାନ ବେପାରୀମାନେ ସକ୍ରିୟ ଥିବାବେଳେ ମିଲର ଓ ସରକାରୀ ଅଧିକାରୀଙ୍କୁ ଧରି କିଛି ଚାଷୀଙ୍କୁ ହାତ ବାରିସୀ କରି ତାଙ୍କର କଳା ସାମ୍ରାଜ୍ୟ ବିସ୍ତାର କରିଥିଲେ । ହେଲେ ଯେଉଁମାନେ ପ୍ରକୃତ ଚାଷୀ ଭଲ ଧାନ ଆଣି ମଧ୍ୟ ଶୋଷଣର ଶିକାର ହେଉଥିଲେ ଘଟଣାକୁ ନେଇ କାର୍ଯ୍ୟରତ ସେକ୍ରେଟାରୀ ମଧ୍ୟ ଚୁପ ରହିବା ସହ କିଛି ଚାଷୀଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଥିଲା।

ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ଖବରପାଇ ଧାନ ମଣ୍ଡିକୁ ଆଜି ଅଚାନକ ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝିଥିଲେ। ଏପରିକି କମ୍ପ୍ୟୁଟର ମଧ୍ୟ ଯାଞ୍ଚ କରିବା ସହ ଧାନର ମାନ ଅଧିକାରୀଙ୍କ ଆଗରେ ଯାଞ୍ଚ କରିଥିଲେ । ତେବେ ଚାଷୀଙ୍କୁ ଶୋଷଣ କଲେ ରାଜ୍ୟସରକାରଙ୍କ ନିର୍ଦେଶରେ କଠୋର କାର୍ଯ୍ୟନୁଷ୍ଠାନ ହେବ ବୋଲି ଚେତାବନୀ ଦେବା ସହ ଆଇନ ଅନୁସାରେ କାମ କରିବାକୁ ନିର୍ଦେଶ ଦେଇଥିଲେ । ବିଧାୟକ ଶ୍ରୀ ଖଟୁଆଙ୍କ ଏଭଳି ଧାନମଣ୍ଡିକୁ ଅଚାନକ ପରିଦର୍ଶନ ପରେ କଳା ବେପାରୀଙ୍କ ମଧ୍ୟରେ ଛନକା ପଶିଥିବା ଜଣାପଡ଼ିଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.