ଭୁବନେଶ୍ବର,୩୦।୭ : ଘରେ ଘରେ ପହଞ୍ଚିବ ଓମଫେଡ କ୍ଷୀର ଓ ପାଉଡର । କାମଧେନୁ ଯୋଜନାରେ କୃଷକଙ୍କୁ ମିଳିବ ୨ ଟି ଗାଈ। ଗାଈର ମୂଲ୍ୟ ୨ ଲକ୍ଷ ୩୦ ହଜାର ସେଥିରୁ  ୭୦ ପ୍ରତିଶତ ସବସିଡି ମିଳିବ। କୃଷି ଭବନରେ ଦୁଇ ଦିନ ଧରି ଚାଲିଥିବା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ସମୀକ୍ଷା ବୈଠକ ଶେଷ  ହେବା ପରେ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

 ଗ୍ରାମାଞ୍ଚଳ କୃଷକଙ୍କ ଆୟ ଦ୍ଵିଗୁଣିତ କରାଯିବ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ଯୋଜନା ହେବ ଲାଗୁ। ସମାଜରେ ପଛୁଆ ବର୍ଗରେ ଲୋକ ବି ହେବେ ସାମିଲ।  ବିକଶିତ ଓଡ଼ିଶା ରେ ହେବେ ସାମିଲ । ଦୁଗ୍ଧ ଉତ୍ପାଦନ ଦ୍ଵିଗୁଣିତ ହେବ।  କୁକୁଡ଼ା ଛେଳି, ମତ୍ସ୍ୟ ଚାଷ ପାଇଁ ୭୦ ପ୍ରତିଶତ ସବସିଡି ପ୍ରଦାନ ପାଇଁ ହୋଇଛି ନିଷ୍ପତ୍ତି । ମତ୍ସ୍ୟଜୀବୀ ଙ୍କୁ ଫିଡ ମିଲ, ଇନସୁଲେଟ ଭ୍ୟାନ ପାଇଁ ମିଳିବ ସବସିଡି। 

ଓମଫେଡକୁ କ୍ଷୀର ଦେଉଥିବା ଚାଷୀ ଙ୍କୁ ଲିଟର ପିଛା ଅଧିକ ଟଙ୍କା ଓ ବୀମା ପ୍ରଦାନ କରାଯାଉଛି। ରାଜ୍ୟବାସୀ ଆନ୍ଧ୍ରା ମାଛ ଉପରେ ଅଧିକ ନିର୍ଭର କରୁଥିବା ପ୍ରଶ୍ନର ଜବାବ ଦେଇ ମନ୍ତ୍ରୀ କହିଛନ୍ତି ଏବେ ୪ ହଜାର କୋଟି ଟଙ୍କାର ସାମୁଦ୍ରିକ ଲୁଣି ମାଛ ରପ୍ତାନୀ କରାଯାଉଛି। ମିଠା ପାଣିରେ ମାଛ ଉତ୍ପାଦନ ଟିକେ କମ୍ ରହିଛି । ଚେଷ୍ଟା ଚାଲିଛି ଅଭାବକୁ ପୂରଣ ପାଇଁ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।