ଅନୁଗୁଳ,୧୦/୦୭: ଅନୁଗୁଳ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ବଂରପାଳ ନିକଟରେ ସଡକ ଦୁର୍ଘଟଣା। ଟ୍ରାଭେଲର୍‌ ଧକ୍କାରେ ଚାଲିଗଲା ୨ ବାଇକ୍ ଆରୋହୀଙ୍କ ଜୀବନ । ମୃତକ ଦୁଇ ଜଣ ହେଲେ ତାଳଚେର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ରାଜେଶ ବେହେରା । 

ସୂଚନା ମୁତାବକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ରାଜେଶ ବେହେରା ନାମକ ଯୁବକ ବଂରପାଳରୁ ସ୍କୁଟି ନେଇ ତାଳଚେର ଘରକୁ ଫେରୁଥିଲେ । ଏହି ସମୟରେ ୧୪୯ ନମ୍ବର ଜାତୀୟ ରାଜପଥ ବଂରପାଳ ନିକଟରେ ଉକ୍ତ ସ୍କୁଟିକୁ ଏକ ଟ୍ରାଭେଲର୍‌ ଧକ୍କା ଦେଇଥିଲା । ଫଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଟ୍ରାଭେଲର୍‌ ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ପୁଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲା ।