ଭୁବନେଶ୍ୱର,୧୫।୧୦: ବାଇକ୍ରେ ବାଣ ନେଇ ଯାଉଥିବା ବେଳେ ଆଚାର୍ଯ୍ୟ ବିହାର ବ୍ରିଜ ଉପରେ ହେଲା ବିସ୍ଫୋରଣ । ବିସ୍ଫୋରଣରେ ଜଳିଗଲା ବାଇକ । ଏଥିରେ ଆହତ ହେଲେ ବାପା-ଝିଅ। ପୋଲିସ , ସ୍ଥାନୀୟ ଲୋକେ ବାପା ଝିଅଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଗାଡିରୁ ନିଆଁ ଲିଭାଇଥିଲେ। ଏହି ଘଟଣା ପରେ ଆଚାର୍ଯ୍ୟ ବିହାର ବ୍ରିଜ ଉପରେ ଗାଡି ଜାମ ହୋଇଥଲା। ପୋଲିସ ପହଞ୍ଚି ଟ୍ରାଫିକ ସ୍ଥିତି ନିୟନ୍ତ୍ରଣ କରିଥିଲେ। ଗାଡିର ନମ୍ବର ପ୍ଲେଟ ଜବତ୍ କରିବା ସହ ଘଟଣାର ତଦନ୍ତ କରୁଛି ସ୍ଥାନୀୟ ସହିଦ୍ ନଗର ଥାନା ପୋଲିସ।