ପ୍ରମୂଖ ଖବର
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାପା-ମା' ନା କଂସେଇ ? ପୁଅକୁ ମାରି ପୋତିଦେଲେ ଦମ୍ପତି !

Published By : Rasmita Pradhan | November 19, 2024 10:48 AM

ଚୌଦ୍ଵାର, ୧୯/୧୧ : ବାପା-ମା' ନା କଂସେଇ ? ନିଜର ଜନ୍ମିତ ପୁଅକୁ ମାରି ପୋତିଦେଲେ ଦମ୍ପତି। ଚୌଦ୍ଵାର ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଚୌଦ୍ଵାର ପୋଲିସ ଖବର ପାଇ ବାପା-ମା'ଙ୍କୁ ଅଟକ ରଖି ପଚରାଉଚୁରା କରୁଛି। 

ସୂଚନାନୁଯାୟୀ, ଚୌଦ୍ଵାର ଥାନା ଅନ୍ତର୍ଗତ ମୁଣ୍ଡାସାହିର ରାଜୁ ହେମ୍ବ୍ରମ ଓ ସୋମ୍ୱାରି ହେମ୍ବ୍ରେମ ତାଙ୍କର ଏକ ବର୍ଷର ପୁଅକୁ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଏହା ସହ ରାଜୁ ହେମ୍ବ୍ରମ ଓ ସୋମ୍ୱାରି ହେମ୍ବ୍ରେମଙ୍କୁ ଅଟକ ରଖି ପଚରାଉଚୁରା କରୁଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.