କରଞ୍ଜିଆ, ୭।୧ : କରଞ୍ଜିଆ ଥାନା ଅନ୍ତର୍ଗତ କୁଶପଦା ଗ୍ରାମରେ ହୃଦୟ ବିଦାରକ ଘଟଣା ଘଟିଛି। ବାପା, ଭାଇ ଓ ପଡୋଶୀଙ୍କୁ କୁରାଢିରେ ହାଣିଛି ପୁଅ। ଏଥିରେ ବାପା ଓ ପଡୋଶୀଙ୍କ ମୃତ୍ୟୁ ଘଟିଛି। ଭାଇ ଗୁରୁତର ହୋଇଛି। ମୃତକ ହେଲେ ବାପା ପ୍ରଫୁଲ ପାତ୍ର ଓ ପଡୋଶୀ ଗଣେଶ୍ବର ପାତ୍ର।

କୁଶପଦା ଗ୍ରାମର ମଣ୍ଟୁ ପାତ୍ର ସନ୍ଧ୍ୟା ସମୟରେ ପଡୋଶୀ ଗଣେଶ୍ୱର ପାତ୍ରକୁ ଏକ କୁରାଢ଼ରେ ହାଣି ହତ୍ୟା କରିଥିଲା। ଏହା ପରେ ବାପା ପ୍ରଫୁଲ ପାତ୍ରଙ୍କୁ ମଧ୍ୟ ହାଣିବା ସହିତ ନିଜ ଭାଇକୁ ମଧ୍ୟ ଆକ୍ରମଣ କରିଥିଲା।ଏଥିରେ ପ୍ରଫୁଲଙ୍କ ମୃତ୍ୟୁ ଘଟିଥିଲା ଓ ଭାଇ ଗୁରୁତର ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ମଣ୍ଟୁ ପାତ୍ରଙ୍କୁ ଅଟକ ରଖିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଜଣା ପଡିନି।