ଚନ୍ଦାହାଣ୍ଡି ,୨୦।୧ :  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି  ଥାନା ଅଧିନ  ହରଡାପଡା ଗ୍ରାମରେ ଗୋଷ୍ଠୀ ସଂଘର୍ଷରେ  ଦୁଇଜଣ ଆହତ ହୋଇଛନ୍ତି। ଏହି ଘଟଣାରେ  ବାପ-ପୁଅକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଦୁଇ ଜଣ ହେଲେ ବାପା ଲବାର ଗୌଡ଼ (୫୭) ଏବଂ ପୁଅ ମଧୁ ଗୌଡ଼ (୧୯) l 

ହରଡାପଡା ଗ୍ରାମରେ   ଗତ ୧୬ ତାରିଖ ଶୁକ୍ରବାର ସନ୍ଧ୍ୟାରେ  ଗ୍ରାମରେ ଥିବା ବୟଲର କୁକୁଡ଼ା ଦୋକାନରେ   କ୍ଷୀରସିନ୍ଧୁ ମାଝି ଏବଂ କିଶୋର ଗୌଡ଼ ମଧ୍ୟରେ  ମାଂସ ଭାଗବଣ୍ଟାକୁ ନେଇ ବଚସା ହେବା ସହ ହାତାହାତି ହୋଇଥିଲା l  ସେଠାକାର ଲୋକେ ବୁଝାସୁଝା କରିବା ପରେ  ନିଜ ନିଜ ଘରକୁ ଆସି ଥିଲେ l  କିଶୋର ଗୌଡ଼ ଘରେ ଥିବା ସମୟରେ କ୍ଷୀରସିନ୍ଧୁ  ମାଝିଙ୍କ ପରିବାର ଲୋକେ  କିଶୋର, ମଧୁ ଏବଂ ଲବାର ଗୌଡ଼ଙ୍କୁ ଆକ୍ରମଣ କରିଥିଲେ l  ଏଥିରେ କିଶୋର ଓ କ୍ଷୀରସିନ୍ଧୁ ପରିବାର ଆକ୍ରମଣରେ ଗୁରୁତର ହୋଇଥିଲେ l  କିଶୋର ପରିବାର ଆକ୍ରମଣରେ କ୍ଷୀରସିନ୍ଧୁଙ୍କ ବାପା କୈବଲ୍ୟ ମାଝିଙ୍କ ମୁଣ୍ଡ ଫାଟି ଯାଇ ଥିଲା l  ଗୁରୁତର କୈବଲ୍ୟକୁ ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ l  ସେଠାରେ ସ୍ୱାସ୍ଥ୍ୟର ଉନ୍ନତି ନ ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।କୈବଲ୍ୟ ମାଝିଙ୍କ ପୁଅ କ୍ଷୀରସିନ୍ଧୁ ମାଝି   ଲିଖିତ ଅଭିଯୋଗ ଦେବା ପରେ  ପୋଲିସ ଳବାର ଏବଂ ମଧୁକୁ ଗିରଫ କରିଛି l ଅନ୍ୟପକ୍ଷରେ  କ୍ଷୀରସିନ୍ଧୁ ମାଝି, କୈବଲ୍ୟ ମାଝି ଙ୍କ ସମେତ ୪ଜଣଙ୍କ ନାମରେ  ଆହତ  କିଶୋରଙ୍କ   ସ୍ତ୍ରୀ  ଆସମତୀ ଗୌଡ଼ ରବିବାର  ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି।