କିଶୋରନଗର/ ଥୁଆମୂଳ ରାମପୁର ୧୩୫(ଆପ୍ର): ବଜ୍ରାଘାତରେ ଚାଲିଗଲା ବାପ-ପୁଅଙ୍କ ଜୀବନ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଟକବା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ କବା ଗ୍ରାମର ପ୍ରଫୁଲ୍ଲ ମାଝା(୫୬) ଓ ତାଙ୍କ ପୁଅ ପ୍ରବୀଣ ମାଝୀ (୨୨)।

ଉଭୟ ବାପ-ପୁଅ ଡାଳୁଅ ଧାନ ସଂଗ୍ରହ କରିବାକୁ ଯାଇଥିଲେ।  ବର୍ଷା ପବନ ହେବାରୁ ବାପ-ପୁଅ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ । ହଠାତ୍ ବଜ୍ରାଘାତରେ ଉଭୟ ବାପ-ପୁଅ ଟଳି ପଡିଥିଲେ। ସେମାନଙ୍କ ସହ ଥିବା ବିରଞ୍ଚି ସେଠୀ ଓ ଅରୁଣ ସେଠୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଇନ୍ଦ୍ରାଵତୀ ଜଳବନ୍ଦୀ ଅଞ୍ଚଳର ଜଣେ ନାବାଳିକାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି।  ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପୋଡାପଦର ପଞ୍ଚାୟତର ତଳଟେମରା ଗ୍ରାମର ମାଦାନ ମାଝୀଙ୍କ ଝିଅ ସବିତା ମାଝୀ(୧୨) ଓ ଅନ୍ୟ ଜଣେ ଝିଅ ସହିତ  ଘର ପାଖର ଆମ୍ବ ଗୋଟାଉ ଥିଲେ।  ସବିତାଙ୍କ ଉପରେ ହଠାତ ବଜ୍ରାଘାତ ହୋଇଥିଲା । ଘଟଣା ସ୍ଥଳରେ ହିଁ ସବିତା ମାଝୀଙ୍କ ମୃତ୍ୟୁ ହୋଇଥିଲା ।  ଅନ୍ୟ ଜଣେ ଗୁରୁତର ହୋଇଥିଲେ।