ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସ୍ଵାମୀ-ସ୍ତ୍ରୀଙ୍କ କଳିରେ କୁନି ଝିଅ ଆହତ

Published By : Rasmita Pradhan | April 12, 2025 3:04 PM

ଭୁବନେଶ୍ଵର, ୧୨/୦୪ : ସ୍ଵାମୀ-ସ୍ତ୍ରୀଙ୍କ ଝଗଡ଼ାରେ କୁନି ଝିଅ ଆହତ। ବାଙ୍କୀ ବୈଦେଶ୍ଵର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ବାପାର ଆକ୍ରମଣରେ ତିନି ବର୍ଷର ଶିଶୁକନ୍ୟା ଆହତ ହୋଇଛି। କୁନି ଝିଅଟିର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ବୈଦେଶ୍ଵର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। 

ସୁଚନାନୁଯାୟୀ, ଗତ ଆଠ ବର୍ଷ ତଳେ ଜଗନ୍ନାଥପୁର ପଞ୍ଚାୟତର ପୁରୁଣାପାଣି ଗ୍ରାମର ବାଙ୍କନିଧି ପଣ୍ଡା କାଳିପୋଇ ପଞ୍ଚାୟତର ଚଢେଇବନ୍ଧ ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ପ୍ରେମ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଗୋଟିଏ ପୁଅ ଓ ଝିଅ ମଧ୍ୟ ହୋଇଥିଲା। କିନ୍ତୁ ପାରିବାରିକ କଳହ ପାଇଁ ଲକ୍ଷ୍ମୀପ୍ରିୟା ନିଜ ପିଲାଙ୍କ ସହ ବାପ ଘରେ ରହୁଥିଲେ। ପୂର୍ବରୁ ଏ ନେଇ ବୈଦେଶ୍ଵର ଥାନାରେ ମାମଲା ମଧ୍ୟ ହୋଇଥିଲା। ଆପୋସ ବୁଝାମଣାରେ ଏହାର ସମାଧାନ କରାଯାଇଥିଲା। ଗତ ମାସେ ତଳେ ସମାନ ସ୍ଥିତି ପାଇଁ ଲକ୍ଷ୍ମୀପ୍ରିୟା ନିଜ ପିଲାଙ୍କ ସହ ଚଢ଼େଇବନ୍ଧ ବାପ ଘରକୁ ଚାଲି ଆସିଥିଲେ। ଆଜି ଲକ୍ଷ୍ମୀପ୍ରିୟା ନିଜ ପିଲାଙ୍କ ସହ କଳାପଥର ସ୍ଵାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ପୂର୍ବରୁ ଖବର ପାଇଁ ବାଙ୍କନିଧି କଟୁରୀ ଧରି ଲକ୍ଷ୍ମୀପ୍ରିୟାକୁ ହାଣିବା ପାଇଁ ଜଗି ବସିଥିଲେ। ଲକ୍ଷ୍ମୀପ୍ରିୟା ମେଡିକାଲରୁ ବାହାରିବା ପରେ ବାଙ୍କନିଧି ତାଙ୍କୁ ହାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତିନି ବର୍ଷର ଝିଅ ଦେହରେ ଚୋଟ ବାଜିଥିଲା। ଝିଅକୁ ଆସୁ ଚିକିତ୍ସ ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଲକ୍ଷ୍ମୀପ୍ରିୟା ନିଜ ବାପା ଘରକୁ ଫେରିଥିଲେ। ବୈଦେଶ୍ଵର ପୋଲିସ ଏବେ ଘଟଣାର ତଦନ୍ତ ଚଳାଇଛି।

ଏହି ଖବରଟିକୁ ପଢନ୍ତୁ-ଅବକାରୀ ଗାଡି ଉପରକୁ ଗୁଳିମାଡ଼, ଜଣେ ଗିରଫ ୨ ଫେରାର୍

 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.