ଜୟପୁର, ୫।୫ : ମାଲକାନଗିରି ସ୍ଥିତ କେସିସି ବ୍ୟାଙ୍କର ମ୍ୟାନେଜରଙ୍କ ଦ୍ବାରା ଟଙ୍କା ଆତ୍ମସାତ କରିବା ଘଟଣାରେ ଭିଜିଲାନ୍ସ ବିଭାଗର ବଡ କାର୍ଯ୍ୟାନୁଷ୍ଠାନ । ମ୍ୟାନେଜର ସୁଧାଂଶୁ ଖରାଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ। ସୁଧାଂଶୁଙ୍କ ନାଁରେ ପ୍ରାୟ ୧ କୋଟି ୮ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ କେସିସି ବ୍ୟାଙ୍କ ଦ୍ବାରା ବିଭିନ୍ନ ଲ୍ୟାମ୍ପ୍ସ ମାଧ୍ୟମରେ ଚାଷୀଙ୍କୁ ଚାଷ ଋଣ ପ୍ରଦାନ କରାଯାଇଥାଏ। ଏହି ଟଙ୍କା ଲ୍ୟାମ୍ପ୍ସ ମାଧ୍ୟମରେ ଆଦାୟ ପରେ ସଂପୃକ୍ତ ଚାଷୀଙ୍କ ଆକାଉଣ୍ଟରେ ବ୍ୟାଙ୍କ ମାଧ୍ୟମରେ ପୈଠ ହେବା କଥା। କିନ୍ତୁ ବ୍ୟାଙ୍କ ମ୍ୟାନେଜର ସେହି ଟଙ୍କା ସେମାନଙ୍କ ଆକାଉଣ୍ଟରେ ଡିପୋଜିଟ୍ ନକରି ଭିନ୍ନ ଭିନ୍ନ ଆକାଉଣ୍ଟରେ ଡିପୋଜିଟ୍ କରି ଟଙ୍କା ଆତ୍ମସାତ କରିଥିବା କହିଛନ୍ତି କୋରାପୁଟ ଡିଭିଜନର ଭିଜିଲାନ୍ସ ଏସପି ।

​​​​​​​ଆହୁରି ପଢନ୍ତୁ : ପ୍ରେମିକର ଘର ଆଗରେ ଧାରଣାରେ ବସିଥିବା ପ୍ରେମିକାକୁ ଟାଙ୍ଗିଆରେ ହାଣି ହତ୍ୟା