ଗରମ ଦିନେ ଅନେକ ସମୟରେ ଅଚାନକ୍ ଥକ୍କାପଣ ଅନୁଭବ ହୋଇଥାଏ । ଗରମର ପ୍ରଭାବ ଶରୀର ଉପରେ ବହୁ ମାତ୍ରାରେ ପଡିଥାଏ । ଭାରତରେ ଖରାଦିନ କେବଳ ଭୀଷଣ ଗରମ ହୋଇ ନଥାଏ ବରଂ ପ୍ରବଳ ଝାଳ ମଧ୍ୟ ବାହାରିଥାଏ, ଯାହା ବ୍ୟକ୍ତିକୁ ଥକାଇବା ପାଇଁ ଯଥେଷ୍ଟ । ସେଥିପାଇଁ କେବେ କେବେ ବିନା ପରିଶ୍ରମରେ ମଧ୍ୟ ଥକ୍କାପଣ ଓ ମୁଣ୍ଡ ବୁଲାଇବା ପରି ଅନୁଭବ ହୋଇଥାଏ । ଅଚାନକ୍ ଦୁର୍ବଳ ଲାଗିଥାଏ ।

ଜଳ ଶୁଷ୍କତା ସାଙ୍ଗକୁ ଇଲେକ୍ଟ୍ରେଲାଇଟ୍ସର ଅଭାବ

ଗରମରେ ଦୁର୍ବଳ ଲାଗିବାର ସବୁଠାରୁ ବଡ଼ କାରଣ ଜଳ ଶୁଷ୍କତା । ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ ରଖିବା ପାଇଁ ଆମ ଶରୀରର ଝାଳ ବାହାରିଥାଏ । ଝାଳ ବାହାରିବା ଦ୍ୱାରା ଶରୀରରୁ କେବଳ ପାଣି ବାହାରି ନଥାଏ, ବରଂ କେତେକ ଜରୁରି ମିନେରାଲ୍ସ ଯେପରିକି ସୋଡିୟମ୍ ଓ ପୋଟାସିୟମ୍ ମଧ୍ୟ ବାହାରିଥାଏ । ଏସବୁ ମିନେରାଲ୍ସ ଶରୀରର ମାଂସପେଶୀ ଓ ସ୍ନାୟୁର କ୍ରିୟାକଳାପ ପାଇଁ ଆବଶ୍ୟକ ହୋଇଥାଏ । ଏହାର ଅଭାବରୁ ରକ୍ତ ସଞ୍ଚାଳନା ଧୀମା ହେବା ଦ୍ୱାରା ଥକ୍କାପଣ ମୁଣ୍ଡ ବୁଲାଇବା ପରି ସମସ୍ୟାମାନ ଦେଖା ଦେଇଥାଏ ।

ଅଧିକ କାମ କରିବା

ବାହାରର ତାପମାତ୍ରା ବଢିବା ଦ୍ୱାରା ଭିତରର ତାପମାତ୍ରାକୁ ସାମାନ୍ୟ ରଖିବା ପାଇଁ ଶରୀରକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ହୃଦୟକୁ ତୀବ୍ର ବେଗରେ ପମ୍ପିଂ କରିବାକୁ ପଡେ । କାରଣ ତ୍ୱଚାର ନିମ୍ନ ସ୍ତର ଯାଏ ରକ୍ତକୁ ପହଞ୍ଚାଇବାକୁ ପଡେ ଓ ଝାଳ ଜରିଆରେ ଶରୀରକୁ ଥଣ୍ଡା ଅନୁଭବ ହୋଇଥାଏ । ଏଥିପାଇଁ ଅତିରିକ୍ତ ଶକ୍ତି ବ୍ୟବହାର ହୋଇଥାଏ । ତେଣୁ ଶୀଘ୍ର ଥକ୍କାପଣ ଅନୁଭବ ହେବା ସ୍ୱାଭାବିକ ।

ଖାଦ୍ୟପାନୀୟରେ ପରିବର୍ତ୍ତନ ଓ ରକ୍ତରେ କମ୍ ଶର୍କରା ସ୍ତର

ଗରମ କାରଣରୁ ଭୋକ କମିଯାଇଥାଏ । ଫଳରେ ଲୋକମାନେ ଖାଦ୍ୟ ଅପେକ୍ଷା ପାନୀୟକୁ ବେଶି ଗୁରୁତ୍ୱ ଦେଇଥାନ୍ତି । କିଛି ଲୋକ ଠିକ୍ ସମୟରେ ଖାଇ ନଥାନ୍ତି । ଫଳରେ ଶରୀରରେ ରକ୍ତରୁ ଶର୍କରା ସ୍ତର କମିଚାଲେ । ତେଣୁ ଦୁର୍ବଳ ଅନୁଭବ ହୋଇଥାଏ ।

କେତେକ ସ୍ୱାସ୍ଥ୍ୟ ସମସ୍ୟା

ଯେଉଁ ଲୋକମାନଙ୍କର ମଧୁମେହ, ଆନେମିଆ, ନିମ୍ନ ରକ୍ତଚାପ ଓ ଥାଇରଏଡ୍ ପରି ସମସ୍ୟାମାନ ରହିଥାଏ । ଏହାର ପ୍ରଭାବ ଗରମ ଦିନେ ଅଧିକ ରହିଥାଏ । ଖରାରେ ଅଧିକ ସମୟ ବିତାଇବା ଦ୍ୱାରା ସେମାନଙ୍କର ସ୍ଥିତି ବିଗିଡି ଯାଇଥାଏ ।

କେମିତି ରକ୍ଷା ପାଇବେ?

ଜଳ ଶୁଷ୍କତାକୁ ଧ୍ୟାନ ଦିଅନ୍ତୁ: ଦିନକୁ ୮-୧୦ ଗ୍ଲାସ୍ ପାଣି ନିଶ୍ଚୟ ପିଅନ୍ତୁ ।ପାଣି ସହ ନଡ଼ିଆ ପାଣି, ଲେମ୍ବୁ ପାଣି, ଦହି ପାଣି ଓ ଓଆର୍ଏସ୍ ପିଅନ୍ତୁ । କାରଣ ଏହା ଇଲେକ୍ଟ୍ରେଲାଇଟ୍ସର ଅଭାବକୁ ପୂରଣ କରିଥାଏ ।