ବଲାଙ୍ଗିର,୯/୭ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ଏମ୍ସିଏଚ୍ ଲିଫ୍ଟରେ ଗତକାଲି ଜଣେ ମହିଳା ଡ଼ାକ୍ତର ଫଶି ଯାଇଥିଲେ। ଫଶି ରହିଥିବା ଡାକ୍ତର ଜଣକ ସ୍ତ୍ରୀ ଓ ପ୍ରସୂତୀ ବିଭାଗର କିରଣମୟୀ ପଣ୍ଡା ଅଟନ୍ତି । ଗତକାଲି ରାତି ସେ ନିଜ ଡ୍ୟୁଟି ସାରି ୫ ମହଲା କୋଠାର ଲିଫ୍ଟରେ ତଳକୁ ଆସୁଥିବାବେଳେ ଲିଫ୍ଟଟି ତଳ ମହଲା ଓ ଦ୍ୱିତୀୟ ମହଲା ମଝିରେ ଅଟକିଗଲା । କିଛି ସମୟ ମଧ୍ୟରେ ଡାକ୍ତର ଜାଣି ପାରିଲେ ଯେ ଲିଫ୍ଟ ଆଉ କାମ କରୁ ନାହିଁ, ସେ ସଙ୍ଗେ ସଙ୍ଗେ ଟିଟିଲାଗଡ଼ ଅଗ୍ନିଶମବାହିନୀକୁ ଫୋନ୍ କରି ଜଣାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଲିଫ୍ଟର ଗେଟଟିକୁ ତାଡ଼ି ଦେଇ ଡାକ୍ତର ଜଣକୁ ଉଦ୍ଧାର କରିଥିଲେ । ଏହି ଘଟଣାଟି ରାତି ୭ଟା ୪୫ରୁ ୧୧ଟା ମଧ୍ୟରେ ଘଟିଥିବା ଜଣା ପଡିଛି । ଆଜି ଲିଫ୍ଟ ମରାମତି ଚାଲିଛି ।

କେଜ୍ରିଓ୍ବାଲଙ୍କୁ ବିଜେପିର ଜବାବ, ଦୁର୍ନୀତି ପାଇଁ ମି...