ସାହାଜପାଲ, ୨୩।୮ : ବୌଦ୍ଧ ସଦର ବ୍ଳକ ସାହାଜପାଲ ଅଞ୍ଚଳର ବିଭିନ୍ନ ଗ୍ରାମରେ ପୁରାଉଁଆସ ପର୍ବ ପାଳିତ ହୋଇଯାଇଛି। ଏହି ପର୍ବରେ କୁନି କୁନି ଛୁଆମାନେ ବେତ୍ରା ସାମ୍ପ୍ରଦାୟର ଲୋକେ ତିଆରି କରିଥିବା ଡାଲା, କୁଲେଇ, ବଢ଼େଇ ନିର୍ମାଣ କରିଥିବା କାଠ ଘୋଡା ଓ କୁମ୍ଭାର ନିର୍ମାଣ କରିଥିବା ମାଟିର ସାମଗ୍ରୀ କାଞ୍ଚି, କୁଣ୍ଢି ଓ ଉଖୁଡା, ଝଣ୍ଟା, ଚଣା, ମକା, ଗହମ, ଆଦି ବିଭିନ୍ନ ସାମଗ୍ରୀ ନେଇ ଗ୍ରାମର ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ପିଢ଼, ଡିମଲରେ ଘୋଡାକୁ ପୂଜାର୍ଚ୍ଚନା କରି ସାରିବା ପରେ ଘୋଡା ଖେଳ କରିଥାଆନ୍ତି।

ଅଖିଳେଶ ଯାଦବଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପ...