ଭୁବନେଶ୍ୱର,୧୧/୦୭: ଜର୍ଜିଆର ବାତୁମିରେ ଚାଲିଥିବା ଫିଡେ ଚେସ୍ ମହିଳା ବିଶ୍ୱକପ୍-୨୦୨୫ରେ ଓଡ଼ିଆ ଆଇଏମ୍ ପଦ୍ମିନୀ ରାଉତ (୨୩୫୨) ଦ୍ୱିତୀୟ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି ରାଉଣ୍ଡରେ ସେ ପୂର୍ବତନ ବିଶ୍ୱ ଚାମ୍ପିଅନ ଆଲେକଜାଣ୍ଡ୍ରା କୋଷ୍ଟେନିଉକଙ୍କୁ ସାମ୍ନା କରିଥିଲେ ।
ପଦ୍ମିନୀ ପୂର୍ବତନ ବିଶ୍ୱ ଚାମ୍ପିଅନଙ୍କ ସହ ବେଶ ଚତୁର ଭାବେ ଗୋଟି ଚାଳନା କରିଥିଲେ । ଫଳରେ ଉଭୟ ଗେମ୍ ଡ୍ର’ ରହିଥିଲା । ପଦ୍ମିନୀ ଓ କୋଷ୍ଟେନିଉକ ମଧ୍ୟରେ ସ୍ଥିତି ୧-୧ରେ ଅମୀମାଂସିତ ରହିଛି । ତେଣୁ ପ୍ଲେଅଫ୍ ମ୍ୟାଚ୍ ଖେଳାଯିବ । ଆସନ୍ତାକାଲି ଏହି ମ୍ୟାଚ୍ରେ ବିଜେତା ତୃତୀୟ ରାଉଣ୍ଡରେ ପ୍ରବେଶ କରିବେ । ପୂର୍ବରୁ ଅନ୍ୟତମ ଓଡ଼ିଆ ଡବ୍ଲ୍ୟୁଆଇଏମ୍ କିରଣ ମନୀଷା ମହାନ୍ତି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।