ଭୁବନେଶ୍ୱର,୧୧/୦୭: ଜର୍ଜିଆର ବାତୁମିରେ ଚାଲିଥିବା ଫିଡେ ଚେସ୍‌ ମହିଳା ବିଶ୍ୱକପ୍‌-୨୦୨୫ରେ ଓଡ଼ିଆ  ଆଇଏମ୍‌ ପଦ୍ମିନୀ ରାଉତ (୨୩୫୨) ଦ୍ୱିତୀୟ ରାଉଣ୍ଡରେ  ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି ରାଉଣ୍ଡରେ ସେ ପୂର୍ବତନ  ବିଶ୍ୱ ଚାମ୍ପିଅନ ଆଲେକଜାଣ୍ଡ୍ରା କୋଷ୍ଟେନିଉକଙ୍କୁ ସାମ୍ନା କରିଥିଲେ ।  

ପଦ୍ମିନୀ ପୂର୍ବତନ ବିଶ୍ୱ ଚାମ୍ପିଅନଙ୍କ ସହ ବେଶ ଚତୁର ଭାବେ  ଗୋଟି ଚାଳନା କରିଥିଲେ । ଫଳରେ ଉଭୟ ଗେମ୍‌ ଡ୍ର’  ରହିଥିଲା । ପଦ୍ମିନୀ ଓ କୋଷ୍ଟେନିଉକ ମଧ୍ୟରେ ସ୍ଥିତି ୧-୧ରେ  ଅମୀମାଂସିତ ରହିଛି । ତେଣୁ ପ୍ଲେଅଫ୍‌ ମ୍ୟାଚ୍‌ ଖେଳାଯିବ ।  ଆସନ୍ତାକାଲି ଏହି ମ୍ୟାଚ୍‌ରେ ବିଜେତା ତୃତୀୟ ରାଉଣ୍ଡରେ  ପ୍ରବେଶ କରିବେ । ପୂର୍ବରୁ ଅନ୍ୟତମ ଓଡ଼ିଆ ଡବ୍ଲ୍ୟୁଆଇଏମ୍‌  କିରଣ ମନୀଷା ମହାନ୍ତି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।