ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

Syria: ସିରିଆରେ ସୁରକ୍ଷା ବାହିନୀ ଏବଂ ଅସଦ ସମର୍ଥକଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ, ୬୦୦ରୁ ଅଧିକ ମୃତ

Published By : Bijay Swain | March 9, 2025 12:15 AM

Image courtesy: amarujala

ନୂଆଦିଲ୍ଲୀ: ସିରିୟାର ସୁରକ୍ଷା ବାହିନୀ ଏବଂ ବହିଷ୍କୃତ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ସମର୍ଥକଙ୍କ ମଧ୍ୟରେ ସିରିଆରେ ଚାଲିଥିବା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି।  ଏହି ସଂଘର୍ଷରେ ଗତ ଦୁଇ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ଯାଏ ୬୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।  ଶନିବାର ଦିନ ଏନେଇ ଏକ ଯୁଦ୍ଧ ମନିଟରିଂ ସସ୍ଥା ଏହି ସୂଚନା ପ୍ରଦାନ କରିଛନ୍ତି। ବିଗତ ୧୪ ବର୍ଷ ମଧ୍ୟରେ ସିରିୟାରେ ହୋଇଥିବା ସଂଘର୍ଷ ମଧ୍ୟରେ ଏହି ହିଂସା ସବୁଠୁ ଭୟଙ୍କର ହିଂସା ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। 

ଅସଦଙ୍କୁ ବହିଷ୍କାର କରି ବିଦ୍ରୋହୀମାନେ ସିରିଆରେ କ୍ଷମତା ଗ୍ରହଣ କରିବାର ତିନି ମାସ ପରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ହିଂସା ଦମିସ୍କ ବାହିନୀ ପାଇଁ ଏକ ନୂତନ ଆହ୍ୱାନ ଭାବରେ ଉଭା ହୋଇଛି। ଅନ୍ୟପଟେ ଅସଦଙ୍କ ସମର୍ଥକଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣ ବିରୋଧରେ ସେମାନେ ପଦକ୍ଷେପ ନେଉଛନ୍ତି ବୋଲି ସରକାର ଘୋଷଣା କରିଛନ୍ତି। 

ଗୁରୁବାର ଦିନ ଉପକୂଳବର୍ତ୍ତୀ ସହର ଜାବଲେ ନିକଟରେ ସୁରକ୍ଷା ବାହିନୀ ଜଣେ ବ୍ୟକ୍ତିଙ୍କୁ ନିଜ ହେପାଜତକୁ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅସଦଙ୍କ ସମର୍ଥକମାନେ ସୁରକ୍ଷା କର୍ମୀମାନଙ୍କୁ ଆକ୍ରମଣ କରିଥିଲେ। ଆଉ ଏହାପରେ ସିରିଆରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। 

ସିରିଆର ନୂତନ ସରକାର ପ୍ରତି ବିଶ୍ୱସ୍ତ ଥିବା ସୁନ୍ନି ମୁସଲିମ ବନ୍ଧୁକଧାରୀମାନେ ଶୁକ୍ରବାର ଦିନ ଅସଦଙ୍କ ସଂଖ୍ୟାଲଘୁ ଆଲାୱି ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା କରିବା ଆରମ୍ଭ କରିଦେଇଥିଲେ। ଆଉ ଏହାକୁ ନେଇ ଉଭୟ ଗୋଷ୍ଠି ମଧ୍ୟରେ ସଂଘର୍ଷ ଜାରି ରହିଛି। କିନ୍ତୁ ହାୟାତ୍ ତାହରିର ଅଲ-ଶାମଙ୍କ ପାଇଁ ଏହା ଏକ ବଡ ଝଟକା ସାବ୍ୟସ୍ତ ହୋଇଛି। କାରଣ ଏହି ଦଳର ନେତୃତ୍ୱରେ ବିଦ୍ରୋହୀ ଦଳ ଆସାଦଙ୍କ ଶାସନକୁ ଧ୍ୱଂସ କରିଦେଇଥିଲେ।

ଏହି ହିଂସା ଘଟିଥିବା ଆଲାବି ଗ୍ରାମ ବାସିନ୍ଦାମାନେ ସୂଚନା ଦେଇଛନ୍ତି ଯେ ବନ୍ଧୁକଧାରୀମାନେ ଆଲାବି ସମ୍ପ୍ରଦାୟର ଅଧିକାଂଶ ଲୋକଙ୍କୁ ରାସ୍ତାରେ କିମ୍ବା ନିଜ ଘରର ଦ୍ୱାର ସମ୍ମୁକରେ ଗୁଳି ମାରିଥିଲେ। ବ୍ରିଟେନରେ ଅବସ୍ଥିତ ସିରିଆର ଅବଜରଭେଟରୀ ଫର୍ ହ୍ୟୁମାନ୍ ରାଇଟ୍ସ କହିଛି ଯେ ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ଯାଏ ୪୨୮ ଆଲାବି ନିହତ ହୋଇ ସାରିଛନ୍ତି। ଏମାନଙ୍କ ବ୍ୟତୀତ ୧୨୦ ଜଣ ଅସଦ ସମର୍ଥକ ଏବଂ ୮୯ ସୁରକ୍ଷା ବଳର କର୍ମଚାରୀ ନିହତ ହୋଇଛନ୍ତି। ସଂଗଠନର ମୁଖ୍ୟ ରାମି ଅବଦୁରହମାନ କହିଛନ୍ତି ଯେ ପ୍ରତିଶୋଧ ହତ୍ୟା ପାଇଁ ଆରମ୍ଭ ହୋଇଥିବା ହିଂସା ଶନିବାର ସକାଳେ ବନ୍ଦ ହୋଇଥିଲା। ତେବେ ଏନେଇ କୌଣସି ସରକାରୀ ଆକଳନ ପ୍ରକାଶ ପାଇନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.