ନୂଆଦିଲ୍ଲୀ,୧୭/୦୬; ଫିଫା ବିଶ୍ୱକପ୍ ୨୦୨୬ରେ ଆର୍ଜେଣ୍ଟିନା ଧମାକାରଦାର ଆରମ୍ଭ କରିଛି । ଗ୍ରୁପ ଷ୍ଟେଜରେ ଆଲଜେରିଆକୁ ୩-୦ ଗୋଲରେ ପରାସ୍ତ କରି ଏକ ଚମତ୍କାର ଆରମ୍ଭ କରିଛି । ଏହି ମ୍ୟାଚରେ ବିଜୟର ନାୟକ ଥିଲେ ଲିଓନେଲ୍ ମେସି । ଯିଏକି ତାଙ୍କର ୨୦୦ତମ୍ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରି ଇତିହାସ ରଚିଛନ୍ତି । ବିଶ୍ୱକପରେ ମେସି ସର୍ବାଧିକ ଗୋଲ୍ ଦେବାରେ ଜର୍ମାନୀର ମିରୋସ୍ଲାଭ୍ କ୍ଲୋସେଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି । ତାଙ୍କ ଗୋଲ ସଂଖ୍ୟା ୧୬ରେ ପହଞ୍ଚିଥିଲା । ଏହି ମେସିଙ୍କର ପ୍ରଥମ ବିଶ୍ୱକପ ହ୍ୟାଟ୍ରିକ୍ ଥିଲା । ଆର୍ଜେଣ୍ଟିନା ପ୍ରଥମ ଥର ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ପ୍ରଥମ ବିଶ୍ୱକପ ମ୍ୟାଚ୍ ଜିତିଛି । ୩୮ ବର୍ଷୀୟ ଷ୍ଟାର ପ୍ଲେୟାର ଲିଓନେଲ୍ ମେସି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଗୋଲ୍, ଗୋଲ୍, ଗୋଲ୍... କ୍ୟାରିଅରର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଲିଓନେଲ୍ ମେସି ହ୍ୟାଟ୍ରିକ୍ ଗୋଲ୍ କରି ଆର୍ଜେଣ୍ଟିନାକୁ ୩-୦ରେ ଜବରଦସ୍ତ ବିଜୟୀ କରାଇଛନ୍ତି । ଏହା ସହିତ ବିଶ୍ୱକପ ଇତିହାସରେ ଗୋଲର ବଡ଼ ରେକର୍ଡ଼ ନିଜ ନାମରେ କରିଛନ୍ତି । କାନସାର ସିଟିର ଆରୋହେଟ୍ ଷ୍ଟାଡିୟମରେ ଜିଇଏଚଏ ଫିଲ୍ଡରେ ୬୯,୦୪୫ ଦର୍ଶକଙ୍କ ସମ୍ମୁଖରେ, ମେସି ଏକ ଚମତ୍କାର ହ୍ୟାଟ୍ରିକ୍ ସ୍କୋର କରି ଆର୍ଜେଣ୍ଟିନାକୁ ବିଜୟୀ କରାଇଛନ୍ତି । ଏହା ସହିତ ତାଙ୍କର ବିଶ୍ୱକପ ଗୋଲ ସଂଖ୍ୟା ୧୬ରେ ପହଞ୍ଚିଛି । ଯାହା ଜର୍ମାନୀର କିମ୍ବଦନ୍ତୀ ଷ୍ଟ୍ରାଇକରେ ମିରୋସ୍ଲାଭ କ୍ଲୋସେଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ । ଏହା ମେସିଙ୍କ ବିଶ୍ୱକପ କ୍ୟାରିୟରର ପ୍ରଥମ ହ୍ୟାଟ୍ରିକ ଥିଲା । ସେ ଟୁର୍ଣ୍ଣାମେଣ୍ଟ ଇତିହାସରେ ହ୍ୟାଟ୍ରିକ୍ ସ୍କୋର କରିବାରେ ସବୁଠାରୁ ବୟସ୍କ ଖେଳାଳି ହୋଇ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଆର୍ଜେଣ୍ଟିନା ପାଇଁ ମ୍ୟାଚ୍ ସୁରୁଖୁରୁରେ ଆରମ୍ଭ ହୋଇନଥିଲା । ପଞ୍ଚମ ମିନିଟରେ ମେସି ବଲ୍ ନେଟରେ ପକାଇଥିଲେ । କିନ୍ତୁ ବିଲ୍ଡ-ଅପରେ ଅଫସାଇଡ୍ ଯୋଗୁଁ ଗୋଲଟି ଅଗ୍ରାହ୍ୟ ହୋଇଯାଇଥିଲା । ଫାରେସ୍ ଚାବି ଗୋଲ କରିବା ପରେ ଆଲଜେରିଆ ମଧ୍ୟ କିଛି ମୂହୁର୍ତ୍ତ ପରେ ଉତ୍ସବ ପାଳନ କରିଥିଲା । କିନ୍ତୁ ଭିଏଆର ତାଙ୍କୁ ଅଫସାଇଡ୍ ଘୋଷଣା କରିଥିଲେ । ପ୍ରଥମ ୧୫ ମିନିଟ୍ ପାଇଁ, ଆଲଜେରିଆ ବିଶ୍ୱ ବିଜେତାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲା । ବଲ୍ ଉପରେ ନିୟନ୍ତ୍ରଣ ବଜାୟ ରଖିଥିଲା । କିନ୍ତୁ ପରେ ମେସି ତାଙ୍କ କ୍ଲାସ୍ ଦେଖାଇଥିଲେ । ୧୭ତମ ମିନିଟରେ ରୋଡ୍ରିଗୋ ଡି ପାଉଲ୍ ଏକ ଚମତ୍କାର ଥ୍ରୁ ବଲ୍ ଖେଳିଥିଲେ । ଡିଫେଣ୍ଡରମାନଙ୍କ ଚାପ ସତ୍ତ୍ୱେ ମେସି ଚମତ୍କାର ଭାବରେ ବଲକୁ ଉପର କର୍ଣ୍ଣରରେ ପକାଇଥିଲେ । ଆଲେଜଆନ୍ ଗୋଲକିପର ଲୁକି ଜିଦାନଙ୍କ ପାଖରେ ଆଉ ଉତ୍ତର ନଥିଲା ।
ଏହା ବି ପଢନ୍ତୁ...W IND VS NED: ବିଶ୍ୱକପରେ ପାକିସ୍ତାନକୁ ଧୋଇଲା ପରେ ନେଦରଲାଣ୍ଡ୍ସକୁ ଭେଟିବ ଭାରତ, ଦୀପ୍ତି ଧମାକାକୁ ଅପେକ୍ଷା
ଏହି ମ୍ୟାଚ୍ ମେସିଙ୍କ ପାଇଁ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଥିଲା। ସେ ବିଶ୍ୱକପ୍ ଇତିହାସରେ ୬ଟି ସଂସ୍କରଣରେ ଖେଳିଥିବା ପ୍ରଥମ ଖେଳାଳି ହୋଇଥିଲେ। ସେ ପ୍ରଥମ ଦକ୍ଷିଣ ଆମେରିକୀୟ ପୁରୁଷ ଫୁଟବଲ୍ ଖେଳାଳି ଏବଂ ବିଶ୍ୱର ତୃତୀୟ ପୁରୁଷ ଖେଳାଳି ଭାବରେ ୨୦୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ହ୍ୟାଟ୍ରିକ୍ ସହିତ ମେସି ତାଙ୍କ ନାମରେ ଆହୁରି ଅନେକ ରେକର୍ଡ କରିଛନ୍ତି । ତାଙ୍କର ଏବେ ୧୬ ଗୋଲ ଏବଂ ୮ ଆସିଷ୍ଟ ଅଛି ଯାହା ବିଶ୍ୱକପରେ ମୋଟ୍ ୨୪ ଗୋଲ୍ ଅଟେ । ବ୍ରାଜିଲିୟ କିମ୍ବଦନ୍ତୀ ପେଲେଙ୍କ ୨୧ ଗୋଲ୍ ରେକର୍ଡକୁ ଅତିକ୍ରମ କରିଛନ୍ତି । ସେ ଲଗାତାର ୫ଟି ବିଶ୍ୱକପ ମ୍ୟାଚରେ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ବିଶ୍ୱକପରେ ପେନାଲ୍ଡ ବକ୍ସ ବାହାରେ ଗୋଲ୍ ସଂଖ୍ୟା ୫ରେ ପହଞ୍ଚିଛି ।