ନୂଆଦିଲ୍ଲୀ, ୧୫/୦୭: ଫ୍ରାନ୍ସ-ସ୍ପେନ ସେମି ଫାଇନାଲ ବିଶ୍ୱକପ୍ ଇତିହାସରେ ସବୁଠୁ ମହଙ୍ଗା ମ୍ୟାଚ୍ ବୋଲି କୁହାଯାଉଛି । ଏହି ମ୍ୟାଚର ମାର୍କେଟ୍ ଭାଲ୍ୟୁ ୩ ବିଲିୟନ ଡଲାର ଆକଳନ କରାଯାଇଛି । ଫ୍ରାନ୍ସର ମାର୍କେଟ ଭାଲ୍ୟୁ ୧.୭୮ ବିଲିୟନ ଏବଂ ସ୍ପେନର ୧.୪୩ ବିଲିୟନ ରହିଛି । ଉଭୟ ଦଳରେ ୪ ଜଣ ସବୁଠୁ ମହଙ୍ଗା ଖେଳାଳି ରହିଛନ୍ତି ।

ଚଳିତ ବିଶ୍ୱକପ୍‌ରେ ସବୁଠୁ ମହଙ୍ଗା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ସ୍ପେନର ଲାମିନ ୟମାଲ ଓ ସ୍ପେନର କିଲିଆନ ଏମ୍ବାପେ । ୟମାଲଙ୍କ ଭାଲ୍ୟୁ ୨୩୪ ମିଲିୟନ ଡଲାର ଏବଂ ଏମ୍ବାପେଙ୍କର ୨୧୦ ମିଲିୟନ ଡଲାର ରହିଛି । ଫ୍ରାନ୍ସର ମାଇକଲ ଓଲିସେ ଏବଂ ସ୍ପେନର ପେଡ୍ରି ଗୋଞ୍ଜାଲେଜଙ୍କ ଭାଲ୍ୟୁ ୧୭୫ ମିଲିୟନ ଡଲାର ଲେଖାଏଁ ରହିଛି ।

ଅଧିକ ପଢ଼ନ୍ତୁ  :-  FIFA World Cup 2026: ୨୪ ବର୍ଷ ପରେ ସେମିରେ ସାମ୍ନାସାମ୍ନି ହେବ ଇଂଲଣ୍ଡ- ଆର୍ଜେଣ୍ଟିନା, ବ୍ରିଟିସ୍ ବାହିନୀ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବେ ମେସି

ସ୍ପେନର ୟମାଲ ଯଦିଓ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଦାମୀ ଖେଳାଳି କିନ୍ତୁ ଯଦି ଫ୍ରାନ୍ସର ୱିଙ୍ଗର ଓ ଷ୍ଟ୍ରାଇକରଙ୍କ ମିଳିତ ବଜାର ମୂଲ୍ୟ ଆକଳନ କରାଯାଏ ତେବେ ତାହା ୮୭୭ ମିଲିୟନ ଡଲାର ଅତିକ୍ରମ କରିବ ।