ଭୁବନେଶ୍ୱର,୦୩/୦୧;୨୮ଟି ନୂଆ ଏନ୍ଏସି ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତ ବିଡିଓଙ୍କୁ ପ୍ରଶାସନିକ ଅଧିକାରୀ ଦାୟିତ୍ବ ଦିଆଯାଇଛି । ନୂଆ ଏନ୍ଏସି ପାଇଁ ଅନୁଦାନ ପ୍ରଦାନ କରାଯାଇଛି । ନୂଆ କାର୍ଯ୍ୟାଳୟ ନିର୍ମାଣରେ ଖର୍ଚ୍ଚ ହେବ ୬ କୋଟି । ରାସ୍ତା ପାଇଁ ୫୦ ,ଲାଇଟ୍ ପାଇଁ ୫୦ ଲକ୍ଷ ଟଙ୍କା ଅଟକଳ ହୋଇଛି । କାମ ଆରମ୍ଭ ପାଇଁ ୧.୫ କୋଟି ଲେଖାଏଁ ଅନୁଦାନ ପ୍ରଦାନ କରାଯିବା ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୮ଟି ନୂଆ ଏନ୍ଏସି, ୭ଟି ନୂଆ ମୁନସିପାଲଟି ଘୋଷଣା କରିଥିଲେ । ୨ ରୁ ୩ ମାସ ଭିତରେ କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଡିସେମ୍ବର ୩୧ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଘୋଷଣା କରିଥିବା ୨୮ ଯାକ ଏନଏସି ଅନୁଗୋଳର ପାଲହଡା, ବଲାଙ୍ଗୀରର ଲୋଇସିଙ୍ଗା, ବାଲେଶ୍ୱରର ଶମୁଳିଆ ଏବଂ ବସ୍ତା, ବରଗଡର ତିହିରି ଏବଂ ଧୁସୁରି, ଯାଜପୁରର ଚଣ୍ଡିଖୋଲ ପରି ୨୮ଟି ଏନଏସି ଫାଇନାଲ ନୋଟିଫିକେସନ ହୋଇଛି । ସମସ୍ତ ବିଡିଓଙ୍କୁ ଦିଆଯାଇଛି ପ୍ରଶାସନିକ ଅଧିକାରୀ ଦାୟିତ୍ବ ଦିଆଯାଇଛି । ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ନୂଆ ଏନଏସି ଅଫିସ୍ ତିଆରି ପାଇଁ ମଡେଲ ପ୍ରସ୍ତୁତ ହୋଇଛି । ସବୁ ଏନଏସିରେ ୬ କୋଟି ଟଙ୍କାର ଗୋଟିଏ ଲେଖାଏଁ ଅଫିସ୍ ନିର୍ମାଣ ହେବ । ରାସ୍ତା ପାଇଁ ୫୦ ,ଲାଇଟ୍ ପାଇଁ ୫୦ ଲକ୍ଷ ଟଙ୍କା ଅଟକଳ ହୋଇଛି । ସ୍ୱଚ୍ଛତା ପାଇଁ ୧.୫ କୋଟି ଲେଖାଏଁ ଅନୁଦାନ ପ୍ରଦାନ କରାଯିବା । ଏହାପରେ ଡିପିଆର ପ୍ରସ୍ତୁତ କରିବାକୁ କମିଟି ନିଷ୍ପତ୍ତି ନେଇଛନ୍ତି । ଯାହା ଦରକାର ପଡିବ ଏକ ମଡେଲ ଏନଏସି ନିର୍ମାଣ ହେବ