ମନମୁଣ୍ଡା,୧୫/୦୬: ବୌଦ୍ଧ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ଆର୍ଥିକ ସଚେତନତା ଓ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ମନମୁଣ୍ଡା ଇନ୍ଦିରା ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଏନ୍ଏସଏସଆଇ ସମ୍ପାଦକ ସୁକାନ୍ତ ତ୍ରିପାଠୀଙ୍କ ଅତିଥି ପରିଚୟ ପ୍ରଦାନ ପରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁଶ୍ରୀ ଧରିତ୍ରୀ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
ଏଲଡିଏମ ଡନ ବାସ୍କୋଟି ଡିଜିଟାଲ କାରବାର, ସାଇବର ଅପରାଧ ଓ ଚିଟଫଣ୍ଡରେ ଟଙ୍କା ବିନିଯୋଗ କରିବାର ଅପକାରିତା ସମ୍ପର୍କରେ ବୁଝାଇଥିଲେ । ମନମୁଣ୍ଡା ଉପ ଡାକଘରର ପୋଷ୍ଟ ମାଷ୍ଟର ଅରୁଣ କୁମାର ସାହୁ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ଯଥା - ସୁକନ୍ୟା ଯୋଜନା, ଡାକ ଜୀବନ ବୀମା ଯୋଜନା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ। ମନମୁଣ୍ଡା ଏସବିଆଇ ଶାଖା ପରିଚାଳକ ବାଳଗୋପଳ ନାୟକ ଅଟଳ ପେନସନ କମ୍ ପ୍ରିମିୟମରେ ସରକାରୀ ବୀମା ଇତ୍ୟାଦି ଉପରେ ବୁଝାଇଥିଲେ । ଜିଲ୍ଲା ଏନ୍ଏସଏସଏଏଆଇ ସଭାପତି ଧରିତ୍ରୀ ମେହେର ଓ ସମ୍ପାଦକ ସୁକାନ୍ତ ତ୍ରିପାଠୀ, ମହିଳା ପ୍ରୋତ୍ସାହନ କ୍ଷେତ୍ରୀୟ ବିକାଶ ଯୋଜନା ପୋଷ୍ଟାଲ ଏଜେଣ୍ଟ ମାନସୀ ପ୍ରଧାନ, ରମାକାନ୍ତି ଷଡ଼ଙ୍ଗୀ, ନଜବିନ ବେଗମ୍ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ସେବା ଓ ସଞ୍ଚୟ ଅଧିକାରୀ ସୁଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଜଣ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ।