ଆନ୍ଧ୍ର ପ୍ରଦେଶ, ୬।୯: ସାରା ଦେଶର ବର୍ଦ୍ଧିତ ଜନସଂଖ୍ୟାକୁ ନେଇ ଚିନ୍ତାରେ ଭାରତ ସରକାର । ଅନ୍ୟପଟେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ପ୍ରଜନନ ହାର ହ୍ରାସ ନେଇ ଚିନ୍ତାରେ ଅଛନ୍ତି । ରାଜ୍ୟରେ ଅଧିକରୁ ଅଧିକ ସନ୍ତାନ ଜନ୍ମ କରିବା ଉଦ୍ଦେଶ୍ୟରେ ଟଙ୍କା ଦେଉଛନ୍ତି ଆନ୍ଧ୍ର ପ୍ରଦେଶ ସରକାର । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ରାଜ୍ୟ ସରକାର ବଡ଼ ପରିବାରକୁ ଆର୍ଥିକ ସହାୟତା ଦେବା ବିଷୟରେ ବିଚାର କରୁଛନ୍ତି । ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ କହିଥିଲେ । ରାଜ୍ୟ ସରକାର ବଡ଼ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିପାରନ୍ତି ବୋଲି ସେ କହିଥିଲେ । ତେବେ ଏ ପର୍ଯ୍ୟନ୍ତ ସରକାରୀ ଭାବରେ ଏନେଇ କୌଣସି ଘୋଷଣା କରାଯାଇନାହିଁ ।
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ପ୍ରଜନନ ହାର ହ୍ରାସ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏକ ଗଣମାଧ୍ୟମ ସଂଗଠନ ସହିତ ଏକ ସାକ୍ଷାତକାର ସମୟରେ, ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି, ‘ମୁଁ ବଡ଼ ପରିବାରକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ବିଚାର କରୁଛି ।’ ବଡ଼ ପରିବାରଗୁଡ଼ିକୁ ବଡ଼ ପ୍ରୋତ୍ସାହନ ଦିଆଯିବ ।’ ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି ଯେ, ‘ଶୂନ୍ୟ ଦାରିଦ୍ର୍ୟ ପଦକ୍ଷେପ ଅଧୀନରେ, ମୁଁ ପୂର୍ବରୁ ଏକ ଆକର୍ଷଣୀୟ ମଡେଲ୍ ଆରମ୍ଭ କରିସାରିଛି, ଯେଉଁଥିରେ ଧନୀ ଲୋକମାନେ ଗରିବ ପରିବାରକୁ ଗ୍ରହଣ କରିବେ । ଏହା କେବଳ ଆୟର ପାର୍ଥକ୍ୟକୁ ଦୂର କରିବ ନାହିଁ ବରଂ ସମଗ୍ର ପରିବାରର କଲ୍ୟାଣ ମଧ୍ୟ ସୁନିଶ୍ଚିତ କରିବ ’
କହିରଖୁ ଚନ୍ଦ୍ରବାବୁ ନାଇଡୁ ସାକ୍ଷାତକାର ଏହା ମଧ୍ୟ କହିଥିଲେ ଯେ, ଆନ୍ଧ୍ର ପ୍ରଦେଶରେ ପ୍ରଜନନ ହାର ବୃଦ୍ଧି କରିବାକୁ ହେବ । ମୁଖ୍ୟମନ୍ତ୍ରୀ ନାଇଡୁ ଘୋଷଣା କରିଛନ୍ତି ଯେ ମହିଳା କର୍ମଚାରୀମାନେ ଯେତେଥର ଚାହାଁନ୍ତି ମାତୃତ୍ୱ ଛୁଟି ନେଇପାରିବେ । ଏହା ବ୍ୟତୀତ, କର୍ମକ୍ଷେତ୍ରରେ ଶିଶୁ ଯତ୍ନ କେନ୍ଦ୍ର ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ନାଇଡୁ ପ୍ରତ୍ୟେକ ସ୍କୁଲ ଯାଉଥିବା ପିଲାଙ୍କୁ ୧୫,୦୦୦ ଟଙ୍କାର ଆର୍ଥିକ ସହାୟତା ଦେବା ସହାୟତା ଦେବା ଦିଗରେ ମଧ୍ୟ ଚିନ୍ତା କରୁଛନ୍ତି ।