ମୁମ୍ୱାଇ – ହିନ୍ଦୀ ଫିଲ୍ମରେ ଏମିତି ତ ଅନେକ ସିଙ୍ଗର ଅଛନ୍ତି , ଯିଏକି ନିଜ ସୁନ୍ଦର କଣ୍ଠରେ ଗୀତକୁ ଅମର କରି ଦେଇଛନ୍ତି। ଏହି ଅତୁଳନୀୟ ସିଙ୍ଗରଙ୍କ ତାଲିକାରେ ଜଣେ ଏମିତି ଗାୟକ ଥିଲେ , ଯାହାଙ୍କ କଣ୍ଠସ୍ୱର ୮୦,୯୦ ଓ ୨୦୦୦ ଦଶକରେ ପାଖାପାଖି ପ୍ରତି ଲିଡ୍ ଆକ୍ଟରଙ୍କ ଭଏସ ପାଲଟି ଥିଲା। ସଞ୍ଜୟ ଦତ୍ତ ଯେବେ ଯେବେ ଡନ୍ ଟାଇପ୍ର ଚରିତ୍ରରେ ନଜର ଆସିଲେ ତ ତାଙ୍କର ସ୍ୱର ଏ ହିଁ ସାଜି ଥିଲେ। ଫିଲ୍ମ ଖଳନାୟକର ଗୀତ ‘ନାୟକ ନହିଁ ଖଲନାୟକ ହିଁ ମୈଁ’ , ‘ମୁନ୍ନା ଭାଇ ଏମବିବିଏସ’ , ‘ସମଝୋ ହୋ ଗୟା’ ବ୍ୟତୀତ ଅନେକ ସ୍ମରଣୀୟ ଗୀତ ଗାଇଛନ୍ତି। ଏ ସେହି ସିଙ୍ଗର ଯିଏକି ଫିଲ୍ମ ବ୍ୟତୀତ ଟିଭିର ସବୁଠୁ ଲୋକପ୍ରିୟ ଶୋ’ମଧ୍ୟରୁ ଗୋଟିଏ ମୁକେଶ ଖାନ୍ନାଙ୍କ ଚରିତ୍ର ‘ଶକ୍ତିମାନ’କୁ ନିଜର ଭଏସ୍ ଦେଇ ଥିଲେ।
ଏହାସହ ମଧ୍ୟ ପଢନ୍ତୁ : ଫିଟ୍ ରହିବା ପାଇଁ ନୁହେଁ ବରଂ ଏହି କାରଣରୁ ବ୍ୟାୟାମ କରନ୍ତି ‘ଧୁରନ୍ଧର’ର ଚର୍ଚ୍ଚିତ ଅଭିନେତା
ଆମେ ପିଲାଦିନୁ ଟିଭିରେ ଶକ୍ତିମାନ ଦେଖି ଆସିଛୁ। ସବୁବେଳେ ଏହା ମନେହୁଏ ଶକ୍ତିମାନର ଟାଇଟଲ ଗୀତ ନିଜେ ମୁକେଶ ଖାନ୍ନା ଗାଇଛନ୍ତି। କିନ୍ତୁ ବାସ୍ତବରେ ସେହି ଭଏସ ତାହା ଥିଲା , ଯିଏକି ସଞ୍ଜୟ ଦତ୍ତ, ଗୋବିନ୍ଦା , ଶାହରୁଖଙ୍କ ପାଇଁ ଗାଇ ଆସିଛନ୍ତି। ଏହି ପ୍ରସିଦ୍ଧ ସିଙ୍ଗରଙ୍କର ନାଁ ବିନୋଦ ରାଠୋର। ଗୋବିନ୍ଦାଙ୍କ ଫିଲ୍ମର ମସ୍ତିଭରା ଗୀତ ‘ମୈଁ ସାଇକିଲ ସେ ଜା ରହା ଥା’ , ‘ସୁନୋ ସସୁର ଜୀ’ , ମୈଁ ହୁଁ ନମ୍ୱର ଏକ ଗବୈୟା’, ‘ପକ ଚିକ୍ ରାଜା ବାବୁ ‘ ଭଳି ହୃଦୟସ୍ପର୍ଶୀ ଗୀତ ଗାଇଛନ୍ତି।
ବିନୋଦ ରାଠୋରଙ୍କ ଏକ ଏମିତି ମଧ୍ୟ ଗୀତ ଥିଲା ଯେଉଁଥି ପାଇଁ ଶାହରୁଖ ଖାନ ଓ ରିଷି କପୁରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପ୍ରକୃତ କଥା ହେଲା , ଶାହରୁଖ ଖାନଙ୍କ ଡେବ୍ୟୁ ଫିଲ୍ମ ଦିୱାନାରେ ,ତାଙ୍କ ସହ ଦିଦ୍ୟା ଭାରତୀଙ୍କ ଉପରେ ସୁଟ୍ କରାଯାଇ ଥିଲା ‘ଐସି ଦୀୱାନଗୀ’ । ରିଷି କପୁର ଚାହୁଁ ଥିଲେ ଏହି ଗୀତ ତାଙ୍କ ଉପରେ ସୁଟିଂ ହେଉ।କିନ୍ତୁ ଶେଷରେ ଏହି ଗୀତ ଶାହରୁଖ ଓ ଦିବ୍ୟା ଭାରତୀଙ୍କ ଉପରେ ସୁଟ୍ ହେଲା ଏବଂ ସେହି ବର୍ଷର ସବୁଠୁ ବଡ଼ ହିଟ୍ ହୋଇଥିଲା। ଏହି ଗୀତକୁ ବିନୋଦ ରାଠୋର ଗାଇ ଥିଲେ। ସେ ଶାହରୁଖଙ୍କ ଫିଲ୍ମ ବାଜିଗରରେ ‘ଛୁପାନା ଭି ନହିଁ ଆତା’, ଏହି ଫିଲ୍ମର ‘ ଐ ମେରେ ହମସଫର ’ , ଏହା ବ୍ୟତୀତ ‘କୋଇ ନା କୋଇ ଚାହିଏ ’ ଭଳି ଗୀତ ଗାଇଛନ୍ତି।

ବିନୋଦ ରାଠୋର ସେହି ସିଙ୍ଗର , ଯିଏକି ମୁକେଶ ଖାନ୍ନାଙ୍କ ଟିଭି ଶୋ ଶକ୍ତିମାନର ଟାଇଟଲ ଟ୍ରାକ ନିଜର ଓଜନଦାର ଭଏସ୍ ଦେଇଥିଲେ। ଏହି ଗୀତ ସେହି ସମୟରେ ପ୍ରତି ପିଲାଙ୍କର ଓଠରେ ରହି ଯାଇଥିଲା। ଏହି ଗୀତ ସହ ୯୦ ଦଶର ପିଲାଙ୍କ ଅନେକ ସ୍ମୃତି ଯୋଡ଼ି ହୋଇ ରହିଛି। ଖୁବ୍ କମ୍ ଲୋକେ ଜାଣିଥିଲେ ଏହି ଗୀତରୁ ବିନୋଦ ରାଠୋର ହିଁ ଗାଇ ଥିଲେ।