- ପରଦାରେ କମାଲ କରୁଛି ଫିଲ୍ମ ଧୁରନ୍ଧର
- ବକ୍ସ ଅଫିସରେ ଭାଙ୍ଗିଛି ସବୁ ରେକର୍ଡ
- ସବୁଠୁ ଚର୍ଚ୍ଚାରେ ଭିଲେନ ରେହମାନ ଡକୈତ ଓରଫ୍ ଅକ୍ଷୟ ଖାନ୍ନା
- ନିଜ ଫିଟନେସ୍ କଥା କହିଲେ ଅକ୍ଷୟ ଖାନ୍ନା
ମୁମ୍ୱାଇ : ଫିଲ୍ମ ‘ଧୁରନ୍ଧର’ ୫ ଡିସେମ୍ୱର ୨୦୨୫ରେ ଫିଲ୍ମ ହଲ୍ରେ ରିଲିଜ ହୋଇଛି ଏବଂ ଏଥିରେ ଭିଲେନ ରେହମାନ ଡକୈତର ରୋଲ୍ ପ୍ଲେ କରିଥିବା ଅକ୍ଷୟ ଖାନ୍ନା ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚିତ ପାଲଟିଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କର FA9LA ଗୀତରେ ଡ୍ୟାନ୍ସ କରିବାର ସିନ୍ ଖୁବ୍ ଭାଇରାଲ ହେଉଛି। ଅକ୍ଷୟ ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ନାହାନ୍ତି ଏବଂ କମ୍ ଇଣ୍ଟରଭ୍ୟୁ ଦେଇଥାନ୍ତି , ଏଥିପାଇଁ ତାଙ୍କର ପୁରୁଣା ବିବୃତ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ତାଙ୍କର ଫିଟନେସ୍ କୋଚ୍ ବକାର ନାସିର ଫିଲ୍ମର ସଫଳତାରେ ଶୁଭେଚ୍ଛା ଦେଇଛନ୍ତି ଏବଂ ମନେପକାଇଛନ୍ତି ଯେ, ୨୦୦୮ରେ ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଇଣ୍ଟରଭ୍ୟୁରେ ଅକ୍ଷୟ ନିଜର ଫିଟନେସ୍ ସିକ୍ରେଟ୍ସ ସେୟାର କରି ଥିଲେ।
ଏହାସହ ମଧ୍ୟ ପଢନ୍ତୁ : ନିଜ ଜୀବନର ଅକୁହା କଥା କହିଲେ ଅଭିନେତା
ଏହି ସମୟରେ ଅକ୍ଷୟ କହିଥିଲେ ଯେ, ସେ ସପ୍ତାହରେ ତିନି ଥର ସେଲିବ୍ରିଟି ଟ୍ରେନର ବକାର ନାସିରଙ୍କ ସହ ପାୱାର ପ୍ଲେଟ୍ ମେସିନରେ ୱାର୍କଆଉଟ୍ କରୁଥିଲେ। ଛଅ ମାସ ହେବ ଏହି ରୁଟିନ ଫଲୋ କରୁ ଥିଲେ ଏବଂ କୋଚଙ୍କୁ କ୍ରେଡିଟ୍ ଦେଇଥିଲେ ଯେ, ସେ ତାଙ୍କୁ ମେସିନ ସହ ଇଣ୍ଟ୍ରୋଡ୍ୟୁସ୍ କରାଇ ଥିଲେ ଏବଂ ସାଇଣ୍ଟିଫିକ୍ ଉପାୟରେ ପ୍ଲାନ କରି ଥିଲେ।
ଅକ୍ଷୟଙ୍କ କହିବାନୁସାରେ , ଭଲ ଟ୍ରେନର ଫିଟନେସ୍ ଗୋଲ ହାସଲ କରିବାରେ ବଡ଼ ଭୂମିକା ପାଳନ କରନ୍ତି। ସେହି ଦିନ ଗୁଡ଼ିକରେ ତାଙ୍କୁ ସ୍କ୍ୱାଶ୍ ଖେଳିବାକୁ ପସନ୍ଦ ଥିଲା। ପ୍ରଥମେ ଯୋଗ କରୁଥିଲେ, କିନ୍ତୁ ଗତ ବର୍ଷେ ହେବ ବନ୍ଦ କରି ଦେଇଥିଲେ। ସ୍ୱିମିଂ ମଧ୍ୟ କରୁଥିଲେ ଏବଂ ଅଲଗା ଅଲଗା ଏକ୍ସରସାଇଜର ମିକ୍ସ ପସନ୍ଦ କରୁଥିଲେ ,ଏଥିପାଇଁ କି ଯେମିତି ରୁଟିନ ବୋରିଂ ନହେବ।
ପ୍ରତିଥର ୱାର୍କଆଉଟ୍ ଅଲଗା ହେବା ଦ୍ୱାରା ମଜା ଆସୁଥିଲା ଏବଂ ଶରୀରର ଅଲଗା ଅଲଗା ଭାଗରେ ଫୋକସ ହେଉଥିଲା। ସେ କହିଛନ୍ତି ଯେ, ଏକ୍ସରସାଇଜରୁ ଏନର୍ଜି ମିଳିଥାଏ। ମୁଁ ଓଜନ ହ୍ରାସ କରାଇବା ପାଇଁ ନୁହେଁ,ଭଲ ଅନୁଭବ କରିବା ପାଇଁ ଏକ୍ସରସାଇଜ୍ କରୁଛି। ୱାର୍କଆଉଟ୍ ପରେ ଏନର୍ଜୀ ଫିଲ୍ ହୋଇଥାଏ ,ଯାହା ସମସ୍ତ ପରିଶ୍ରମକୁ ଆଦାୟ କରିଦିଏ।
ଡାଏଟ୍ ବିଷୟରେ ଅକ୍ଷୟ ଖୁଲାସା କରିଛନ୍ତିଯେ, ସେ ହେଉଛନ୍ତି ନନ୍-ଭେଜିଟେରିଆନ। ମୁଁ କଡ଼ା ଟାଏଟ୍ ଫୋଲ କରେ ନାହିଁ , କାରଣ ଓଜନ ବଢିବାର ଟେଣ୍ଡେନ୍ସି ନାହିଁ। ଯାହା ଖାଇବାକୁ ଚାହେଁ, ଖାଏ ଦିଏ। ଖାଦ୍ୟରେ ସଉକ୍ ଥାଏ, ହେଲେ ଓଭରଇଟିଂ କରେ ନାହିଁ।
ଜଙ୍କ୍ ଫୁଡ୍ ଭଳି ବର୍ଗର ଓ ପିଜ୍ଜା ମଧ୍ୟ ଏନଜୟ କରୁଥିଲେ। ବାହାର ଖାଦ୍ୟ ପସନ୍ଦ ଥିଲା ଏବଂ ପ୍ଲେଟ୍ରେ ପରିବା ନିଶ୍ଚୟ ରଖୁଥିଲେ। ପାଳଙ୍ଗ , ଭେଣ୍ଡି , ସବୁଜ ମଟର ,ଗାଜର, ଲେଟୁସ ପରି ପରିବା ଖାଉ ଥିଲେ , କିନ୍ତୁ କଦଳୀ ଓ କଲରା ପସନ୍ଦ ନୁହେଁ।