ନୂଆଦିଲ୍ଲୀ,୭।୬: ଯଦି ଆପଣ ରାସ୍ତାରେ ଆମ୍ବୁଲାନ୍ସ ସାଇରନକୁ ଅଣଦେଖା କରନ୍ତି... ବାରମ୍ବାର ହର୍ଣ୍ଣ ବଜାଇବା ପରେ ମଧ୍ୟ ଯଦି ଆମ୍ବୁଲାନ୍ସକୁ ରାସ୍ତା ଦିଅନ୍ତି ନାହିଁ, ତେବେ ସାବଧାନ । ଯଦି ଆପଣ ଆମ୍ବୁଲାନ୍ସକୁ ରାସ୍ତା ନଦିଅନ୍ତି, ତେବେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିପାରେ। ହିମାଚଳର ଲାହୌଲ ସ୍ପିତିରେ, ଆମ୍ବୁଲାନ୍ସକୁ ରାସ୍ତା ନ ଦେବା ପାଇଁ ଟେମ୍ପୋ ଟ୍ରାଭେଲର୍ ଏବଂ ଫର୍ଚୁନର ଉପରେ ୬୬ ହଜାର ଟଙ୍କା ଜରିମାନା ଲଗାଯାଇଛି।
ଗୁରୁବାର ରାତିରେ ହର୍ଲିଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଥିଲା, ଯେତେବେଳେ ଆମ୍ବୁଲାନ୍ସଟି ଜଣେ ଗୁରୁତର ରୋଗୀଙ୍କୁ ନେଇ କାଜାରୁ ରିକାଙ୍ଗପିଓ ଯାଉଥିଲା। ରୋଗୀଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେବା ଜରୁରୀ ଥିଲା। ଏପରି ପରିସ୍ଥିତିରେ, ଆମ୍ବୁଲାନ୍ସ ଡ୍ରାଇଭର ବାରମ୍ବାର ହର୍ଣ୍ଣ ବଜାଇ ସାଇଡ୍ ମାଗିଥିଲେ, କିନ୍ତୁ ପର୍ଯ୍ୟଟକମାନେ ମଦ ନିଶାରେ ଚୁର୍ ଥିଲେ। ସେମାନେ ଆମ୍ବୁଲାନ୍ସର ହର୍ଣ୍ଣକୁ ଅଣଦେଖା କରିଥିଲେ। ଏବେ ପୋଲିସ ଏହି ପର୍ଯ୍ୟଟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଟେମ୍ପୋ ଟ୍ରାଭେଲର୍ ଏବଂ ଫର୍ଚୁନରକୁ ପାସ୍ ବାଟ ଛାଡିନଥିବାରୁ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ଜୀବନ ବିପଦରେ ପଡ଼ିଥିଲା। ନମ୍ବର ଆଧାରରେ ପୋଲିସ ଉଭୟ ଗାଡ଼ି ପାଇଁ ୬୬ ହଜାର ଟଙ୍କାର ଚାଲାଣ ଜାରି କରିଛି। ଯଦି ଆପଣ ମଧ୍ୟ ଆମ୍ବୁଲାନ୍ସକୁ ରାସ୍ତା ନଦିଅନ୍ତି, ତେବେ ଆପଣଙ୍କୁ ଭାରୀ ଜରିମାନା ଦେବାକୁ ପଡ଼ିପାରେ। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ସାହାଯ୍ୟରେ ଏବେ ଅଭିଯୁକ୍ତମାନଙ୍କୁ ଅତି ସହଜରେ ଚିହ୍ନଟ କରାଯାଇପାରିବ। ନିୟମ ଅନୁଯାୟୀ, ଆମ୍ବୁଲାନ୍ସକୁ ରାସ୍ତା ନ ଦେବା ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ ଦେବାକୁ ପଡ଼ିପାରେ।
ଭାରତର ମୋଟର ଯାନ ଆଇନ, ୧୯୮୮ରେ ଧାରା 196E ଆଇନରେ ଉ ଲ୍ଲେଖନ ଅଧିନିୟମରେ ନିକଟରେ ସଂଶୋଧନୟ ପରେ ଯୋଡା ଯାଇଛି। ବିଶେଷକରି ମୋଟର ଭେଇକିଲ (ସଂଶୋଧନ) ଆକ୍ଟ, ୨୦୧୯ ପରେ ଯୋଡା ଯାଇଥିଲା। ଏହି ଧାରା ଯାନର ଜାତୀୟ ପରମିଟ୍, ଆନ୍ତଃରାଜ୍ୟ କିମ୍ବା ଆନ୍ତଃଜାତୀୟ ପରିଚାଳନା କିମ୍ବା ଭାରତରେ ବିଦେଶୀ ଯାନର ଅନଧିକୃତ ପରିଚାଳନା ସହିତ ଜଡିତ। ଧାରା 196E ରେ ବୀମା ନଥିବା ଯାନ ବ୍ୟବହାର କଲେ କ’ଣ ଦଣ୍ଡ ହେବ ତାହା ଉଲ୍ଲେଖ ଅଛି। ଏହି ଧାରା ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ବୀମା ନଥାଇ ଗାଡ଼ି ଚଲାନ୍ତି କିମ୍ବା ଚଳାଇବାକୁ ଦିଅନ୍ତି, ତେବେ ତାଙ୍କୁ ସର୍ବାଧିକ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିପାରେ। 196E ସେକ୍ସନର ଉଦେଶ୍ୟ ସଡକ ସୁରକ୍ଷାକୁ ବଢାଇବା ଓ ବିନା ଲାଇସେନ୍ସରେ ବାହନ ଚଳାଉଥିବା ଲୋକଙ୍କୁ ଦଣ୍ଡ ଦେବା। ଏହି ସେକ୍ସନ ଡ୍ରାଇଭିଂ ନିୟମ ପାଳନ ଏବଂ ସଡ଼କ ସୁରକ୍ଷା ବଜାୟ ରଖିବାରେ ସାହାଯ୍ୟ କରେ। ଏହି ଅପରାଧ ପାଇଁ ଚାଲାଣ ସହିତ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ନିଲମ୍ବିତ କିମ୍ବା ବାତିଲ କରାଯାଇପାରିବ। ହିମାଚଳ ପ୍ରଦେଶର ଏହି ମାମଲାରେ ପୋଲିସ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ସୁପାରିଶ କରିଛି।