ହରିଆଣା : ହରିଆଣାର ଜିନ୍ଦ ସ୍ଥିତ ସଫିଡନରେ ଶନିବାର ଦ୍ୱିପ୍ରହରରେ ଭୀଷଣ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ହୋଲି ରଙ୍ଗ ଓ ଗୁଲାଲ ତିଆରି କରୁ ଥିବା ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗି ଯାଇଛି। ଏହି ଭୟାନକ ଦୁର୍ଘଟଣାରେ ଏବେସୁଦ୍ଧା ପାଞ୍ଚ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ୨୦ଜଣ ଶ୍ରମିକ ଭୟଙ୍କର ଭାବେ ଜଳି ଯାଇଛନ୍ତି। ତାଙ୍କୁ ଗୁରୁତର ସ୍ଥିତି କାରଣରୁ ତାଙ୍କୁ ପାନିପତ ହସ୍ପିଟାଲ ରେଫର କରାଯାଇଛି। ଏଥିରେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଏବେସୁଦ୍ଧା ସର୍ଟ ସର୍କିଟ୍କୁ ଅଗ୍ନିକାଣ୍ଡର କାରଣ ଥିବା କୁହାଯାଉଛି, ହେଲେ ଦୁର୍ଘଟଣାର ତଦନ୍ତ ଏବେ ଚାଲୁଛି। ଜିନ୍ଦର ଡିସି ମହମ୍ମଦ ଇମ୍ରାନ ରଜା ଓ ଏସପି କୁଲଦୀପ ସିଂହ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅନେକ ଘଣ୍ଟାର ପରିଶ୍ରମ ପରେ ନିଆଁକୁ କାବୁ କରାଯାଇ ଥିଲା।
ଶ୍ରମିକଙ୍କୁ ବାହାରକୁ ଆସିବାକୁ ସୁଯୋଗ ମିଳିଲା ନାହିଁ -
ସଫିଡନର ଭାଟ କଲୋନିରେ ହୋଲିର ରଙ୍ଗ ଓ ଗୁଲାଲ ତିଆରି କରିବାର ଫ୍ୟାକ୍ଟ୍ରି ଅଛି। ଏଠାରେ ପ୍ରତିଦିନ ପରି ପ୍ରାୟ ୩୦ ଜଣ ଶ୍ରମିକ କାମ କରୁ ଥିଲେ। ସେତେବେଳେ ହଠାତ୍ ନିଆଁ ଲାଗି ଯାଇ ଥିଲା ଏବଂ କିଛି ମିନିଟ୍ରେ ପୂରା ପରିସରରେ ବ୍ୟାପି ଯାଇଥିଲା। ଚାରିପଟେ ଧୂଆଁ ଓ ନିଆଁର ଆସ୍ତରଣ ଉଠିବା କାରଣରୁ ଶ୍ରମିକମାନେ ସାହାଯ୍ୟ ପାଇଁ ଚିତ୍କାର କରି ଥିଲେ। ସେମାନଙ୍କୁ ବାହାରକୁ ଆଣିବାକୁ ସୁଯୋଗ ମିଳି ନଥିଲା। ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ଫ୍ୟାକ୍ଟ୍ରିର ମୁଖ୍ୟ ଗେଟ୍ ବାହାରେ ତାଲା ପଡ଼ି ଥିଲା । ଏହି କାରଣରୁ ସେମାନେ ବାହାରକୁ ଆସି ପାରି ନଥିଲେ ଏବଂ ନିଆଁରେ ଫସି ରହି ଥିଲେ।
ସ୍ଥାନୀୟ ଲୋକ ସ୍ଥିତିର ଗମ୍ଭୀରତାକୁ ଦେଇ ବହୁତ ପ୍ରୟାସ କରିବା ପରେ ଗେଟ୍ ଭାଙ୍ଗି ଦେଇଥିଲେ , ଏହାପରେ କିଛି ଶ୍ରମିକଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇ ଥିଲା। ଘଟଣାର ସୂଚନା ମିଳିବା କ୍ଷଣି ଫାୟର ବ୍ରିଗେ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଥିଲା ଏବଂ ନିଆଁକୁ ଆୟତ୍ତ କରିବାରେ ଲାଗି ଥିଲା। ଦୁଇ ଜଣ ମହିଳା ଶ୍ରମିକଙ୍କ ପୋଡ଼ି ହେବା ପରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇ ସାରି ଥିଲା। ଫ୍ୟାକ୍ଟ୍ରିରୁ ବାହାର କରାଯାଇ ଥିବା ଶ୍ରମିକଙ୍କୁ ସଫିଦନ ଓ ନାଗରିକ ହସ୍ପିଟାଲ ଜିନ୍ଦ ନିଆଯାଇ ଥିଲା। ଅନେକ ଲୋକଙ୍କ ସ୍ଥିତି ଗୁରୁତର ହେବା କାରଣରୁ ପାନିପତ ହସ୍ପିଟାଲ ରେଫର କରା ଯାଇ ଥିଲା। ସେଠାରେ ଆଉ ତିନି ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା।