ନୂଆଦିଲ୍ଲୀ: ମହେନ୍ଦ୍ରସିଂହ ଧୋନୀ, ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସର୍ବଦା ଖବରର ଶିରୋନାମା ପାଲଟିଥାନ୍ତି । ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଥିବା ମାହି ଆଇପିଏଲରେ ନିଜର ଖେଳ ଜାରି ରଖିଛନ୍ତି । ତେବେ ଚଳିତ ସିଜିନରେ ସିଏସକେ ପ୍ଲେଅଫରୁ ବାଦ୍ ପଡ଼ିଛି । କିନ୍ତୁ ଚଳିତବର୍ଷ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି ଧୋନୀ । ମାତ୍ର ଏଯାବତ ସେ ଆଇପିଏଲରୁ ଅବସର ଘୋଷଣା କରିନଥିବାବେଳେ ସେ ସିଏସକେର ମୁଖ୍ୟ ପ୍ରଶିକ୍ଷକ ହେବେ ବୋଲି ଚର୍ଚ୍ଚା ଜୋର ରହିଛି । ଏହାରି ଭିତରେ ଅଶ୍ବିନୀଙ୍କ ପୋଷ୍ଟ ଏହାକୁ ଅଧିକ ଖୋରାକ ଯୋଗାଇଛି ।
ଲଗାତାର ତୃତୀୟ ବର୍ଷ ପାଇଁ ଚେନ୍ନାଇ ପ୍ଲେଅଫ୍ ରେସରୁ ବାଦ୍ ପଡ଼ିଛି । ତେବେ ଚଳିତ ସିଜିନରେ ଋତୁରାଜ ଗାଏକ୍ବାଡଙ୍କ ଅଧିନାୟକତ୍ବରେ ଦଳ ୧୪ ମ୍ୟାଚରୁ ମାତ୍ର ୬ଟି ଜିତିବାରେ ସକ୍ଷମ ହୋଇଛି । ଯାହାକୁ ନେଇ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂଙ୍କ ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠିଛି । ସେ ମଧ୍ୟ ନିକଯରେ ପ୍ରକାଶ କରିଥିଲେ କି, ଯେତେବେଳେ ଗୋଟିଏ ଟିମ ଖରାପ ପ୍ରଦର୍ଶନ କରେ ସେତେବେଳେ ପ୍ରଶିକ୍ଷକଙ୍କ ଉପରେ ପ୍ରଶ୍ନଉଠେ । ଏହାମଧ୍ୟ ତାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଏ ।
Absolutely agree with you!
— Ashwin 🇮🇳 (@ashwinravi99) May 23, 2026
I will announce 11 and make sure the opposition know the bowling and batting plans as well.🤝🤝
In fact, the above will ensure that the anti corruption unit will take me to task & will also ensure my own failure.
Rules Kooda theriyuma engenthu da… https://t.co/wnI4ArAy0s
ତେବେ ଫ୍ଲେମିଂଙ୍କ ଏଭଳି ପ୍ରତିକ୍ରିୟା ପରେ ଫ୍ୟାନ୍ସମାନେ କହିଛନ୍ତି କି, ଚେନ୍ନାଇର ପରବର୍ତ୍ତୀ କୋଚ୍ ଅଶ୍ବିନୀ ହେବା ଜରୁରୀ । କାରଣ ସେ ଏହି ଫ୍ରାଞ୍ଚାଇଜ୍ ସହ ଦୀର୍ଘବର୍ଷ ରହିଛନ୍ତି । ଏହାସହ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଚୟନ କରୁଥିଲେ । ଏଣୁ ସେ କୋଚ୍ ହେବା ଜରୁରୀ ବୋଲି କହିଥିଲେ । ଯେଉଁଥିରେ ଉତ୍ତର ରଖିଛନ୍ତି ଅଶ୍ବିନୀ । ସେ କହିଛନ୍ତି କି, ମୁଁ ସମ୍ପୂର୍ଣ୍ଣ ସହମତ । ପ୍ଲେଇଂ ଇଲେଭେନ କେବଳ ନୁହେଁ ଦଳର ବ୍ୟାଟିଂ ବୋଲିଂ ସମ୍ପର୍କରେ ମଧ୍ୟ ପ୍ରକାଶ କରିବି ।
ଏହାସହ ଅଶ୍ବିନୀ ମଜାରେ ଲେଖିଥିଲେ କି, ମୁଁ ଯଦି ଏମିତି କରିବି ତାହେଲେ ମୋତେ ଦୁର୍ନିତୀ ନିବାରଣ ୟୁନିଟ୍ ଗିରଫ କରିବ । ଏହାପରେ ଅଶ୍ବିନୀ ଲେଖିଥିଲେ କି, ଯେତେବେଳେ ଧୋନୀ ରହିଛନ୍ତି ସେତେବେଳେ ଆଉ କାହାକୁ ବା କାହିଁକି ଖୋଜୁଛ । ସେ ମୁଖ୍ୟ ପ୍ରଶିକ୍ଷକ ହେବେ। ଏହା ବେଶ ଭାଇରାଲ ହୋଇଥିବାବେଳେ କୁହାଗଲା କି, ଧୋନୀ ଚେନ୍ନାଇର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ । ତେବେ ଏଯାବତ ଧୋନୀ ଅବସର ଘୋଷଣା କରିନଥିବାବେଳେ ପରବର୍ତ୍ତୀ ପଦକ୍ଷେପ କଣ ନେବେ ଏହା ଉପରେ ସମସ୍ତଙ୍କ ନଜର ରହିଛି ।
ଏହାସହ ପଢ଼ନ୍ତୁ : Raghav Chadha: ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଏହି ପଦବୀ ଦେଲା ବିଜେପି