ବାରିପଦା, ୧୦/୦୧ : ବାରିପଦା ସହରରେ ଶୁକ୍ରବାର ବିଳମ୍ଵିତ ରାତିରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଇଭି ସୋ ରୁମ୍। ୩୨ରୁ ଉର୍ଦ୍ଧ୍ଵ ବ୍ୟାଟେରୀ ଗାଡି ପୋଡ଼ି ପାଉଁଶ। ବାରିପଦା ସହର ଦାରଗାଡ଼ାହି ସ୍ଥିତ କାଇନେଟିକ୍ ଗ୍ରୀନ୍ ସୋ ରୁମ୍ ରେ ବିଳମ୍ଵିତ ରାତି ପ୍ରାୟ ୨ଟାରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନାନୁଯାୟୀ, ବାରିପଦା ସହର ଦାରଗାଡ଼ାହି ସ୍ଥିତ କାଇନେଟିକ୍ ଗ୍ରୀନ୍ ନାମକ ଏକ ଇଭି ସୋ ରୁମ୍ ରେ ଶୁକ୍ରବାର ବିଳମ୍ଵିତ ରାତିରେ ନିଆଁ ଲାଗି ଯାଇଥିଲା। ଫଳରେ ସୋ ରୁମ୍ ରେ ଥିବା ୩୨ରୁ ଉର୍ଦ୍ଧ୍ଵ ଗାଡି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡି ପହଞ୍ଚି ଦୀର୍ଘ ଦୁଇ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି। ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। କୌଣସି ଜୀବନ ହାନୀ ହୋଇନଥିବା ଜଣାପଡ଼ିଛି। ସର୍ଟ ସର୍କିଟ୍ ରୁ ଏହି ଅଘଟଣ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।
ଏହି ଖବରଟିକୁ ପଢନ୍ତୁ- 'ଆମ ବସ୍ କୁ ଶନି ଦଶା' : କଳିଙ୍ଗ ଷ୍ଟୁଡିଓ ଛକରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍