ନୂଆଦିଲ୍ଲୀ,୧୬/୦୭; ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା କାରଖାନା । ଜୀବନ୍ତ ଜଳିଗଲା ଜୀବନ । ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଏକ ଭୟଙ୍କର ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ଘଟିଛି । ଏଥିରେ କମ୍ପାନୀର ୭ କର୍ମଚାରୀ ଜିଅନ୍ତା ଜଳିଯାଇଛନ୍ତି । ନିଆଁରେ ୧୦ ଜଣ ଫସି ରହିଥିବା ସୂଚନା ମିଳିଛି । ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁକୁ ଆୟତ କରୁ କରୁ ୭ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ନିଆଁ କିପରି ଲାଗିଲା ତାର ତଦନ୍ତ ଜାରି ରହିଛି ।
ରିପୋର୍ଟ ଅନୁଯାୟୀ, ରାସାୟନିକ ପଦାର୍ଥ ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା । ଖୁଶଖେଡା ଶିଳ୍ପାଞ୍ଚଳରେ ଥିବା ଏକ କାରଖାନାରେ ଜୋରଦାର ବିସ୍ଫୋରଣ ହୋଇଥିଲା । କିଛି ମୁହୂର୍ତ୍ତ ମଧ୍ୟରେ କାରଖାନାଟି ଭୟଙ୍କର ନିଆଁ ଆଁରେ ହୁତୁ ହୁତୁ ହୋଇ ଜଳିଥିଲା। ଖୁଶଖେଡା ଶିଳ୍ପ ଅଞ୍ଚଳର ଜି-୧,୧୧୮ ଅଞ୍ଚଳଟି କିଛି ମାସ ଧରି ବନ୍ଦ ଥିଲା । ସେଠାରେ ଅଗ୍ନିକାଣ୍ଡ ଘଟିଛି । କାରଖାନାରେ ପ୍ରଚୁର ପରିମାଣର କେମିକାଲ ଗଚ୍ଛିତ ଥିଲା । ଏହି ସ୍ଥାନରେ ୩ରୁ ୪ଟି ଜୋରଦାର ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ନିଆଁ ବ୍ୟାପିଥିଲା । ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ସମୟରେ କାରଖାନାରେ ୨୦ରୁ ୨୫ ଜଣ କର୍ମଚାରୀ କାମ କରୁଥିଲେ । କାରଖାନାରେ ବିସ୍ଫୋରଣ ଜୀବନ ବଞ୍ଚାଇବାକୁ ଚିତ୍କାର ଶୁଭିଥିଲା । ଲୋକମାନେ ଭୟଭୀତ ହୋଇ ଜୀବନ ବିକଳରେ ଦୌଡ଼ି ଥିଲେ । ୭ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ୧୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି ।
ଏହା ବି ପଢନ୍ତୁ...ସଶସ୍ତ୍ର ବାହିନୀର ସାହସରେ ଦେଶ ଗର୍ବିତ: ‘ଅପରେସନ ସିନ୍ଦୂର’ ଦଶନ୍ଧିରେ ସଂସ୍କାରର ଲାଭ ସ୍ବରୂପ, ଭାରତର ଶିଳ୍ପ ଭିତ୍ତିକୁ ମଜଭୁତ କରୁଛି ‘ମେକ୍ ଇନ୍ ଇଣ୍ଡିଆ’
ଭୟଙ୍କର ଅଗ୍ନିକାଣ୍ଡର ଖବର ପାଇ ଖୁଶଖେଡା ଅଗ୍ନିଶମ କେନ୍ଦ୍ର ଏବଂ ଭିୱାଡି ଆରଆଇସିଓ ଷ୍ଟେସନର ଦମକଳ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଦେଢ଼ ଘଣ୍ଟାର ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ତିଜାରା ଡିଏସପି ଶିବରାଜ ସିଂହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛ ନ୍ତି। ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ସୁମିତା ମିଶ୍ର କହିଛନ୍ତି ଯେ, ଏକ ପୁଲିସ ଟିମ୍ ନିୟମିତ ପାଟ୍ରୋଲିଂ ସମୟରେ କାରଖାନାରେ ନିଆଁ ଲାଗିଥିବା ଦେଖିଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । କାରଖାନା ଭିତରେ କିଛି ଶ୍ରମିକ ଫସି ରହିଛନ୍ତି । ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।''