ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ

Published By : Harapriya Sethi | April 25, 2025 11:01 AM

ବ୍ରହ୍ମପୁର,୨୫/୦୪: ଜଳୁଛି ପ୍ଲାଷ୍ଟିକ, ପ୍ୟାକିଂ ମେସିନ ସହ କଞ୍ଚାମାଲ। ଗୋଦାମରେ ଲାଗିଥିବା ନିଆଁକୁ ଆୟତ ପାଇଁ ନାକେଦମ୍ ହେଇଛନ୍ତି ଅଗ୍ନିଶମ କର୍ମଚାରୀ। ଘଣ୍ଟା କେଇଟା ମଧ୍ୟରେ ସବୁ ପୋଡ଼ି ନଷ୍ଟ ହୋଇଗଲା। ହୁତୁହୁତୁ ହୋଇ ଜଳିଲା ମସଲା ଓ ଆଚାର ଗୋଦାମ ଘର। ନିଆଁ ଓ ଧୁଆଁର ମାତ୍ରା ଏତେ ଅଧିକ ଥିଲା କ୍ଷଣିକ ମଧ୍ୟରେ ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଗଲା। ଧୁଆଁ ବାହାରୁଥିବା ଦେଖି ନିକଟରେ ବୁଲୁଥିବା ସମସ୍ତ ଲୋକ ଘର ଆଗରେ ଜମା ହୋଇଥିଲେ। ଦୀର୍ଘ ୪ ଘଣ୍ଟା ଧରି କଶରତ ପରେ ନିଆଁ ଆୟତ୍ତକୁ ଆସିଛି। 

ସୂଚନା ମୁତାବକ, ଶୁକ୍ରବାର ଭୋରୁ ପାଣିଗ୍ରାହୀ ପେଣ୍ଠ ବ୍ରଜରାଜ ନଗର ପ୍ରଥମ ଲାଇନରେ ଅଗ୍ନିକାଣ୍ଡ ଘଟିଛି । ଭୋର ୪ଟା୩୦ରେ ସାହିରେ ଥିବା ଅଜୟ ସାହୁଙ୍କ ଭାରତ ଗୋଲ୍ଡ ସ୍ପାଇସ୍ସ ଗୋଦାମରୁ ଧୁଆଁ ବାହାରୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। କ୍ଷଣିକ ମଧ୍ୟରେ ନିଆଁ ବ୍ୟାପିବା ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ହୁତୁ ହୁତୁ ହୋଇ ସବୁ ଜଳିବାରେ ଲାଗିଥିଲା। ସ୍ଥାନୀୟ ଲୋକ ଅଜୟଙ୍କୁ ଯୋଗାଯୋଗ କରିଥିଲେ। ଏହାପରେ ଅଜୟ ବ୍ରହ୍ମପୁର ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀର ୫ଟି ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଗୋଦମର ଗୋଟିଏ ପରେ ଗୋଟିଏ ରୁମ୍‌କୁ ପଶି ନିଆଁକୁ ଆୟତ୍ତ ପାଇଁ ପ୍ରଚେଷ୍ଟା କରିଥିଲେ। ପ୍ରାୟ ସାଢେ ୩ ଘଣ୍ଟା ଧରି ନିଆଁ ଲିଭାଇଥିଲେ। ଏହାପରେ ନିଆଁ ଆୟତ୍ତ ହୋଇଥିଲା। ବ୍ରହ୍ମପୁର ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳେଇ କହିଛନ୍ତି, ଅଗ୍ନିକାଣ୍ଡରେ ଗୋଦାମ ଭିତରେ ଥିବା ସମସ୍ତ ସାମଗ୍ରୀ ଜଳି ପାଉଁଶ ହୋଇଛି। ଘର ଭିତରେ ଗରମ ମସଲା, ଆଚାର, ପ୍ଲାଷ୍ଟିକ ବୋତଲ, ଜରି ପଲିଥିନ ସମେତ ବହୁ ମେସିନ ରହିଥିଲା। ଆମର ୫ଟି ଟିମ ୪ ଘଣ୍ଟା ଧରି ନିଆଁକୁ ଆୟତ୍ତ ପାଇଁ ଲାଗିଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଗୋଦାମ ମାଲିକ ଅଜୟ ସାହୁ କହିଛନ୍ତି, ଭୋର୍ ୩ଟା୩୦ ରେ ସିସିଟିଭି ଦେଖିଥିଲି। ସବୁ ଠିକ୍ ଥିଲା। କେଉଁଥିରୁ ଅଗ୍ନିକାଣ୍ଡ ହୋଇଛି ଜଣାପଡିନି। ପାଖାପାଖି ୧ କୋଟି ଟଙ୍କାର ଜିନିଷ ରହିଥିଲା। ତାହା ନଷ୍ଟ ହୋଇଛି ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.