ନୂଆଦିଲ୍ଲୀ,୧୭/୦୫; ଟ୍ରାକରେ ଗଡୁଥିଲା ଟ୍ରେନ୍ । ହଠାତ୍ ଜଳିଉଠିଲା ବଗି । ଥିରୁଅନନ୍ତପୁରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ୍ରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । କୋଟା ରେଳ ମଣ୍ଡଳ ଅନ୍ତର୍ଗତ ରତଲାମ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଭୋର ସମୟରେ ଟ୍ରେନ୍ ନମ୍ବର ୧୨୪୩୧ B-1 କୋଚ୍ରେ ଅଗ୍ନିକାଣ୍ଡ ହୋଇଛି । କୋଚ୍ରେ ୬୦ରୁ ଅଧିକ ଲୋକଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଅଗ୍ନିକାଣ୍ଡ ପାଇଁ ଦିଲ୍ଲୀ-ମୁମ୍ବାଇ ରେଳ ମାର୍ଗ ପ୍ରଭାବିତ ହୋଇଛି । ଅନେକ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ଯାଉଥିଲା ରାଜଧାନୀ ଏକ୍ସପ୍ରେସ୍ । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଅଗ୍ନିକାଣ୍ଡ ସର୍ଟସର୍କିଟ୍ ଯୋଗୁଁ ଘଟିଥିଲା । ତଥାପି, ସଠିକ୍ କାରଣ ପାଇଁ ତଦନ୍ତ ଜାରି ରହିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
କୁହାଯାଉଛି ଯେ ଟ୍ରେନ୍ ଭିତରେ ହଠାତ୍ ଧୂଆଁ ବାହାରିଥିଲା ଏବଂ କିଛି ସମୟ ମଧ୍ୟରେ ନିଆଁ ଏକ ଭୟଙ୍କର ଅଗ୍ନିକାଣ୍ଡରେ ପରିଣତ ହୋଇଥିଲା । ତୃତୀୟ ଏସି ଏବଂ ଏସଏଲଆର କୋଚ୍ଗୁଡ଼ିକ ନିଆଁରେ ପୋଡ଼ି ଯାଇଥିଲା । ଧିରେ ଧିରେ ବଢିଚାଲିଥିଲା ନିଆଁ ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଗାର୍ଡ ତୁରନ୍ତ ଲୋକୋ ପାଇଲଟଙ୍କୁ ସତର୍କ କରାଇ ଦେଇଥିଲେ ଏବଂ ତୁରନ୍ତ ଟ୍ରେନ୍କୁ ଅଟକାଇ ଦେଇଥିଲେ । ବିଭିନ୍ନ ଷ୍ଟେସନ୍ରେ ଅନେକ ଟ୍ରେନ୍କୁ ଅଟକାଇବାକୁ ପଡିଥିଲା । ନିଆଁ ଦେଖି ଲୋକ ଛାନିଆ ହୋଇଯାଇଥିଲେ । ଦୁର୍ଘଟଣାର ଖବର ପାଇ, କୋଟା ରେଳ ଡିଭିଜନର ଏକ ଉଦ୍ଧାର ଏବଂ ରିଲିଫ୍ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲା। କୋଚ୍ ନମ୍ବର B1ରେ ନିଆଁ ଲାଗିଯାଇଥିଲା, ଯେଉଁଥିରେ ୬୮ଜଣ ଯାତ୍ରୀ ଥିଲେ । କିଛି ସେକେଣ୍ଡ ମଧ୍ୟରେ ନିଆଁ ସମଗ୍ର କୋଚ୍ରେ ବ୍ୟାପିଯାଇଥିଲା । ନିଆଁ ଲାଗିବା ବିଷୟରେ ଗାର୍ଡ ପ୍ରଥମେ ଲୋକୋ ପାଇଲଟ୍ଙ୍କୁ ସୂଚନା ଦେଇଥିଲେ । RPF କର୍ମଚାରୀ ଏବଂ ଯାତ୍ରୀମାନଙ୍କୁ ତୁରନ୍ତ ଓହ୍ଲାଇବା ଆରମ୍ଭ କରିଥିଲେ । ପ୍ରାୟ ୧୫ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ କୋଚ୍କୁ ଖାଲି କରାଯାଇଥିଲା । ଦିଲ୍ଲୀ-ମୁମ୍ବାଇ ରେଳ ଟ୍ରାକରେ ଯାତାୟାତ ବନ୍ଦ ହୋଇଯାଇଛି । କୋଟା ଡିଭିଜନର ବରିଷ୍ଠ ଅଧିକାରୀ ଏବଂ ବୈଷୟିକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଏହା ବି ପଢନ୍ତୁ...ଆନ୍ଧ୍ରରେ ଅଧିକ ପିଲା ଜନ୍ମ କଲେ ପୁରସ୍କାର, ମୁଖ୍ୟମନ୍ତ୍ରୀ କହିଲେ ସନ୍ତାନ ବୋଝ ନୁହନ୍ତି ସମ୍ପତ୍ତି
A fire was reported in B-1 coach (near SLR end) of Train No. 12431 Thiruvananthapuram–Hazrat Nizamuddin Rajdhani Express between Luni Richha (LNR) and Vikramgarh Alot (VMA) at Km 729/02 (Loco) & 728/14-16 (SLR) in Down direction. All passengers of the affected coach were safely… pic.twitter.com/uOJXP5xqUj
— ANI (@ANI) May 17, 2026
ଡିସିଏମ୍ ସୌରଭ ଜୈନ କହିଛନ୍ତି ଯେ, ଟ୍ରେନ୍ ନମ୍ବର ୧୨୪୩୧ ତ୍ରିଭେନ୍ଦ୍ରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଦୁଇଟି କୋଚ୍ ପ୍ରଭାବିତ ହୋଇଛି । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । କୌଣସି ମୃତାହତ ରିପୋର୍ଟ ହୋଇନା ହିଁ। ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉଛି । ଅଗ୍ନିକାଣ୍ଡ ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ଟ୍ରେନ୍ ଅଟକିବା ମାତ୍ରେ ଲୋକମାନେ ସେମାନଙ୍କର ସାମଗ୍ରୀ ଧରି ଓହ୍ଲାଇବାକୁ ଲାଗିଲେ । ସତର୍କତା ସ୍ୱରୂପ, ରେଳବାଇ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେଲା, ଯାହା ଫଳରେ ଏହି ରୁଟରେ ଟ୍ରେନ୍ ଚଳାଚଳ ସାମୟିକ ଭାବରେ ବନ୍ଦ ହୋଇଛି ।