ନୂଆଦିଲ୍ଲୀ : ଗତ ଦିନରେ ହଂକଂର ଏକ କୋଠାରେ ଲାଗିଥିବା ଭୟାବହ ଅଗ୍ନିକାଣ୍ଡରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ , ଏବେ ଆଉ ଏକ ସୁଉଚ୍ଚ ବିଲ୍ଡିଂରେ ଭୀଷଣ ନିଆଁ ଲାଗି ଥିବାର ଖବର ଆସିଛି। ମଙ୍ଗଳବାର ଇଣ୍ଡୋନେସିଆର ଜାକର୍ତ୍ତାରେ ଏକ ଅଫିସ୍ ବିଲ୍ଡିଂରେ ନିଆଁ ଲାଗି ଥିଲା , ଯେଉଁଥିରେ ଅତି କମ୍‌ରେ ୨୦ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଆସୋସିଏଟେଡ୍ ପ୍ରେସ୍‌ର ଏକ ରିପୋର୍ଟ ମୁତାବିକ୍ , ପୁଲିସ୍ ଅଧିକାରୀମାନେ କହିଛନ୍ତି , ନିଆଁର ଆସ୍ତରଣ କିଛି ମିନିଟ୍ରେ ପୂରା ବିଲ୍ଡିଂକୁ ନିଜ କବଳରେ ନେଇଥିଲା, ଯେଉଁଥିରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା।

ନିଆଁ ଲାଗିବା କ୍ଷଣି ସେଣ୍ଟ୍ରାଲ ଜାକର୍ତ୍ତାର ଏକ ଅଞ୍ଚଳରେ ଆଖପାଖରେ ରହୁଥିବା ଲୋକ ଓ କର୍ମଚାରୀଙ୍କ ଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା।ସେଣ୍ଟ୍ରାଲ ଜାକର୍ତ୍ତାର ପୁଲିସ ଚିଫ୍ ସୁସାତ୍ୟୋ ପୁର୍ନୋମୋ କୋଣ୍ଡ୍ରୋଙ୍କ ଅନୁସାରେ କହିଛନ୍ତି ଯେ, ଅଗ୍ନିକାଣ୍ଡରେ ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ପୁରୁଷ ଓ ୧୫ ଜଣ ମହିଳା ସାମିଲ ଅଛନ୍ତି। ସେମାନେ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ଜଣେ ଗର୍ ମହିଳା ମଧ୍ୟ ଅଛନ୍ତି। ସ୍ଥାନୀୟ କୋମ୍ପାସ ଟିଭି ଅନୁସାରେ , ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇ ସାରିଛି, କିନ୍ତୁ ଅନେକ ଲୋକ ଫସି ରହି ଥିବାର ଆଶଙ୍କା ରହିଛି । ଉଦ୍ଧାର ଅଭିଯାନ ଚାଲୁ ରହିଛି।

କେମିତି ଲାଗିଲା ନିଆଁ –

ସ୍ଥାନୀୟ ମିଡ଼ିଆ ଅନୁସାରେ , ଗୋଟିଏ ବ୍ୟାଟେରୀରେ ଲାଗିଥିବା ନିଆଁ ବିକଟାଳ ରୂପ ନେଇଥିଲା। ରିପୋର୍ଟ ଗୁଡ଼ିକରେ କୁହାଯାଇଛି ଯେ, ଯେଉଁ ବିଲ୍ଡିଂରେ ନିଆଁ ଲାଗିଛି, ତାହା ଟେରା ଡ୍ରୋନ୍ ଇଣ୍ଡୋନେସିଆର ଅଫିସ , ଯାହା ଖନନ ଠାରୁ ନେଇ କୃଷି କ୍ଷେତ୍ରର ଗ୍ରାହକଙ୍କ ପାଇଁ ଡ୍ରୋନ୍ ତିଆରି କରିବାର କାମ କରିଥାଏ। କୋମ୍ପାସ ଟିଭି ସହ କଥା ହୋଇ , ସେଣ୍ଟ୍ରାଲ ଜାକର୍ତ୍ତା ମେଟ୍ରୋ ପୁଲିସ୍ ଚିଫ୍ ସିନିୟର କମିଶନର ସୁସାତ୍ୟୋ ପୁର୍ନୋମୋ କୋଣ୍ଡ୍ରୋ କହିଥିଲେ ଯେ, ନିଆଁ ପ୍ରଥମ ମହଲାରେ ଲାଗି ଥିଲା।

ସେ କହିଥିଲେ, ପ୍ରଥମ ମହଲାରେ ଏକ ବ୍ୟାଟେରୀ ଥିଲା ,ଯେଉଁଥିରେ ନିଆଁ ଲାଗିଯାଇ ଥିଲା। କର୍ମଚାରୀମାନେ ଏହାକୁ ଲିଭାଇ ଦେଇଥିଲେ, କିନ୍ତୁ ପରେ ଜଣାପଡ଼ିଲା ଯେ, ଜଳନ୍ତା ବ୍ୟାଟେରୀର ନିଆଁ ଉପର ମହଲାକୁ ବ୍ୟାପି ଯାଇଛି। ସୁସାତ୍ୟୋ କହିଥିଲେ ଯେ, ନିଆଁ ଭୟଙ୍କର ରୂପ ନେଇଥିଲା, ଧୂଆଁ ବିଲ୍ଡିଂର ଷଷ୍ଠ ମହଲା ଯାଏ ପହଞ୍ଚି ଗଲା। ସେ କହିଛନ୍ତି ଯେ, ସମସ୍ତ ମୃତକଙ୍କୁ ଚିହ୍ନଟ ପାଇଁ ହସ୍ପିଟାଲ ନିଆଯାଇଛି।