ନୂଆଦିଲ୍ଲୀ,୦୯/୧୧: ସଞ୍ଜୁ ସାମସନଙ୍କ ଧ୍ବସ୍ତବିଧ୍ବସ୍ତ ଶତକ ଯୋଗୁଁ ଟିମ୍ ଇଣ୍ଡିଆ ପ୍ରଥମ ଟି ୨୦ ରେ ଦକ୍ଷିଣ ଆଫ୍ରିକାକୁ ୬୧ ରନ୍ରେ ପରାସ୍ତ କରିଛି। ଚାରି ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ଖେଳିବା ପରେ ୮ ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଆୟୋଜକ ଦକ୍ଷିଣ ଆଫ୍ରିକା ୧୪୧ ରନ୍ରେ ସମସ୍ତ ଓ୍ବିକେଟ ହରାଇ ସାରିଥିଲା। ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନ ଭାରତର ବିଜୟ ପାଇଁ ମୁଖ୍ୟ ଭୁମିକା ନିଭାଇଥିଲେ। ସାମସନ୍ ମାତ୍ର ୫୦ ବଲରେ ୧୦୭ ରନର ଏକ ଇନିଂସ ଖେଳି ୫ ଟି ବଡ଼ ରେକର୍ଡ ସୃଷ୍ଟି କରିଥିଲେ।
୧. ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ୱିକେଟ୍ କିପର:
ସଞ୍ଜୁ ସାମସନ ମାତ୍ର ୫୦ ବଲରେ ୧୦୭ ରନ୍ର ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟରୁ ୭ଟି ଚୌକା ଓ ୧୦ଟି ଛକା ବାହାରିଥିଲା। ଏଥି ସହିତ ସାମସନ୍ ପ୍ରଥମ ଭାରତୀୟ ୱିକେଟ୍ କିପର ହୋଇପାରିଛନ୍ତି ଯିଏକି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି ୨୦ରେ ଶତକ ହାସଲ କରିଛନ୍ତି।
୨. ଟି ୨୦ ଆନ୍ତର୍ଜାତୀୟରେ ଦ୍ରୁତତମ ଶତକ:
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି ୨୦ ରେ ସଞ୍ଜୁ ସାମସନ ମାତ୍ର ୪୭ ବଲ୍ରେ ଶତକ ହାସଲ କରିଥିଲେ। ଏଥି ସହ ସେ ଟି ୨୦ ଇଣ୍ଟରନ୍ୟାସନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟର ହୋଇଛନ୍ତି। ସାମସନ୍ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଭାଙ୍ଗିଛନ୍ତି।
୩. ଟି ୨୦ ର ଗୋଟିଏ ଇନିଂସରେ ସୁବଠୁ ଅଧିକ ଛକା:
ସଞ୍ଜୁ ସାମସନ ତାଙ୍କ ଶକ୍ତିଶାଳୀ ଇନିଂସ ସମୟରେ ମୋଟ ୧୦ ଛକା ମାରିଥିଲେ। ଏଥି ସହ ସେ ଟି ୨୦ ଆନ୍ତର୍ଜାତୀୟ ମ୍ୟାଚରେ ମିଳିତ ସର୍ବାଧିକ ଛକା ମାରିବାରେ ଭାରତୀୟ ବ୍ୟାଟର ହୋଇପାରିଛନ୍ତି। ଏହାପୂର୍ବରୁ କେବଳ ରୋହିତ ଶର୍ମା ଟି ୨୦ ମ୍ୟାଚରେ ଭାରତ ପାଇଁ ୧୦ ଛକା ମାରିଥିଲେ।
୪. ଗୋଟିଏ ଟି ୨୦ ଆନ୍ତର୍ଜାତୀୟ ମ୍ୟାଚରେ ଅଧିକ ରନ୍:
ସାମସନ୍ଙ୍କ ନାଁରେ ଆଉ ଏକ ଅନନ୍ୟ ରେକର୍ଡ ସାମିଲ ହୋଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି ୨୦ ମ୍ୟାଚରେ ସାମସନ ବର୍ତ୍ତମାନ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ସେ ଡେଭିଡ ମିଲରଙ୍କ ରେକର୍ଡ ଭାଙ୍ଗିଛନ୍ତି।
୫. କ୍ରମାଗତ ଦୁଇ ଶତକ ସ୍କୋର କରିବାରେ ପ୍ରଥମ ଭାରତୀୟ:
ସଞ୍ଜୁ ସାମସନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବ୍ୟାଟିଂ କରି ତାଙ୍କ ନାଁରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳି ମଧ୍ୟ ଏହା କରିପାରି ନଥିଲେ। ଉଲ୍ଲେଖଯୋଗ୍ୟ ଯେ, ସାମସନ ବର୍ତ୍ତମାନ ପ୍ରଥମ ଭାରତୀୟ ହୋଇପାରିଛନ୍ତି ଯିଏକି କ୍ରମାଗତ ଗୋଟିଏ ଟି ୨୦ ଅନ୍ତର୍ଜାତୀୟରେ ଦୁଇଟି ଶତକ ହାସଲ କରିଛନ୍ତି।