ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏନକ୍ଲୋଜରରେ ଜୀନତ୍‌ର ପ୍ରଥମ ଶିକାର, ବାର୍‌ହାକୁ ମାରି ଖାଇଲା ବାଘୁଣୀ

Published By : Harapriya Sethi | November 16, 2024 10:10 AM

ବାରିପଦା, ୧୬/୧୧: ଏନକ୍ଲୋଜୋରରେ ପ୍ରଥମ ଶିକାର କଲା ଶିମିଳିପାଳର ଦ୍ୱିତୀୟ ବାଘୁଣୀ ଜୀନତ୍ । ଶୁକ୍ରବାର ରାତି ପ୍ରାୟ ୧୦ ଟା ବେଳେ ଏକ ବାର୍‌ହାକୁ ଭିତରେ ଛଡ଼ା ଯାଇଥିଲା । ସେହି ବାର୍‌ହାକୁ ଜୀନତ୍ ତାର ପ୍ରଥମ ଶିକାର କରିଥିଲା । ବାର୍‌ହାକୁ ଶିକାର କରି ସାରିବା ପରେ ପେଟ ଭରି ଖାଇଥିଲା ବାଘୁଣୀ । ଖାଇ ସାରିବା ପରେ ପାଣି ପିଇ ବିଶ୍ରାମ କରିଥିଲା । ଏନେଇ ଏସଟିଆର ପକ୍ଷରୁ ସୂଚନା ମିଳିଛି ।

ଗୁରୁବାର ସନ୍ଧ୍ୟାରେ ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭରୁ ଆସି ମୟୂରଭଞ୍ଜରେ ପହଞ୍ଚିଥିଲା ବାଘୁଣୀ ଜୀନତ୍ । ଶୁକ୍ରବାର ସକାଳ ୯ ଟା ୩୦ରେ ତାକୁ ଏନକ୍ଲୋଜରେ ଛଡ଼ା ଯାଇଥିଲା । ଜୀନତ୍ ୩ ବର୍ଷ ବୟସର ବାଘୁଣୀ ହୋଇଥିବା ବେଳେ ସୁସ୍ଥ ଓ ସକ୍ରିୟ ଅଛି । କଲର୍ ଆଇଡି ଦ୍ଵାରା ଏବେ ୧୫ ଦିନ ଯାଏଁ ତା ସ୍ବାସ୍ଥ୍ୟ ଓ ଗତିବିଧି ଉପରେ ନଜର ରଖାଯିବ ବୋଲି ଏସ ଟି ଆର୍ ପକ୍ଷରୁ ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.