ଭୁବନେଶ୍ବର,୩।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ୫ଟି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବାକୁ ଦାବି କରିଛନ୍ତି। ହୋ, ମୁଣ୍ଡାରୀ, ଭୂମିଜ, କୁଇ ଏବଂ ସାଓରା ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଜଣାଇଛନ୍ତି।
ସେ ସଂସଦରେ କହିଛନ୍ତି ଯେ, ହୋ, ମୁଣ୍ଡାରୀ, ଭୂମିଜ, କୁଇ ଏବଂ ସାଓରା ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବାକୁ ଭାରତ ଏବଂ ଓଡିଶାର ଆଦିବାସୀ ଭାଇ ଓ ଭଉଣୀମାନେ ଦୀର୍ଘ ଦିନ ଧରି ଦାବି କରି ଆସୁଛନ୍ତି। ଓଡିଶା ସରକାର ଏଥିପାଇଁ ଅନେକ ସମୟରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଓଡିଶା, ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ , ବିହାର , ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ରାଜ୍ୟର କୋଟି କୋଟି ଆଦିବାସୀ ଏହି ଭାଷା ବ୍ୟବହାର କରୁଛନ୍ତି। ଏହି ଭାଷାଗୁଡିକୁ ସାମିଲ କରିବା ନେଇ ବହୁବାର ଦାବି କରିଆସୁଛି। ରିଜ୍ୟୁଲେନସନ ଓ ଦାବିପତ୍ର କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ଦାବି ପୂରଣ ହୋଇ ନାହିଁ। ସମ୍ବିଧାନରେ ଉକ୍ତ ୫ ଭାଷାକୁ ସାମିଲ କରିବାକୁ ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।