ନୂଆଦିଲ୍ଲୀ, ୦୭/୦୫ : ନୀରିହଙ୍କୁ ଧର୍ମ ପଚାରିଲେ, କଲମା ପଢିବାକୁ କହି ଜୀବନ ନେଇଥିଲେ। ଏବେ ଦୌଡ଼ି ଦୌଡ଼ି କଲମା ପଢୁଛନ୍ତି ଜିହାଦୀ। ଭାରତର ଏୟାର ଷ୍ଟ୍ରାଇକ୍ ପରେ ଛାନିଆ ଆତଙ୍କବାଦୀ। ଭାରତର ମିଶାଇଲ୍ ମାଡ଼ ପରେ ପରେ ପାକିସ୍ତାନର କିଛି ଭିଡିଓ ସାମ୍ନାକୁ ଏସିଛି। ଏହି ଭିଡିଓରେ ଚାରିଆଡେ ଅନ୍ଧାର ରହିଛି। କେବଳ ଏକ ସ୍ଵର ଶୁଭୁଛି। ଲୋକମାନେ ନିଜ ନିଜ ଘର ଛାଡ଼ି ଚାଲି ଯାଆନ୍ତୁ, କଲମା ପଡନ୍ତୁ ବୋଲି ଏହି ଭିଡିଓରେ ଶୁଣିବାକୁ ମିଳୁଛି। ଏହି ଭିଡିଓକୁ ବିଜେପି ମନ୍ତ୍ରୀ କପିଲ ମିଶ୍ରା ସେୟାର କରିଛନ୍ତି। 

ସୂଚନା ଥାଉକି, ଆତଙ୍କୀସ୍ତାନ ଉପରେ ଭାରତ ପ୍ରତିଶୋଧ ନେଇଛି। ପହଲଗାମ୍ ନରସଂହାରର ଠିକ୍ ୧୫ ଦିନ ପରେ ସିନ୍ଦୂରା ଫାଟିବା ଆଗରୁ ଭାରତ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ସ୍ଥଳ ଓ ବାୟୁସେନା  ମିଶି ପାକିସ୍ତାନ ଭିତରେ ପଶି ୯ ଆତଙ୍କୀ ଠିକଣାରେ ପ୍ରଚଣ୍ଡ ମିସାଇଲ ମାଡ଼ କରିଛନ୍ତି। ଏଥିରେ ପାକିସ୍ତାନର ପୋଷା ଗୁଣ୍ଡାଙ୍କ ଠିକଣା ଖିନଭିନ୍ ହୋଇଯାଇଛି। ବ୍ରହ୍ମୋସ୍ ମିଶାଇଲ ମାଡ଼ରେ ଆତଙ୍କୀ ଶିବିର ଛାରଖାର ହୋଇଯାଇଛି। ଏହି ଆକ୍ରମଣରେ ୯୦ ଜଣଙ୍କର ମୃତ୍ୟୁ ହୋଇଛି। 

ଏହି ଖବରଟିକୁ ପଢନ୍ତୁ- Operation Sindoor: ତିନି ସେନା ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ