ନୂଆଦିଲ୍ଲୀ,୧୩/୦୭; ଗୋଟିଏ ଯୁଗର ଅନ୍ତ । ୧୮ ବର୍ଷ ପରେ ତୁଟିଲା ଆଇପିଏଲର ସବୁଠୁ ସଫଳ ସମ୍ପର୍କ । ୫ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସଠାରୁ ଅଲଗା ହେଲେ ମୁଖ୍ୟ କୋଚ୍ ଷ୍ଟିଫେନ୍ ପ୍ଲେମିଙ୍ଗ୍ । ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ସେମାନଙ୍କର ୧୮ ବର୍ଷର ପୁରୁଣା ସହଭାଗୀତା ସମାପ୍ତ କରିବାକୁ ପାରସ୍ପରିକ ରାଜି ହୋଇଛନ୍ତି । ଫ୍ଲେମିଙ୍ଗ୍ ମାର୍ଗଦର୍ଶନରେ ସିଏସ୍କେ ୫ଟି ଆଇପିଏଲ୍ ଟ୍ରଫି ଏବଂ ୨ଟି ଚାମ୍ପିଅନ୍ସ ଲିଗ୍ ଟି-ଟ୍ୱେଣ୍ଟି ଟାଇଟଲ୍ ଜିତିଛି । ଆଇପିଏଲ୍ ୨୦୨୭ ପୂର୍ବରୁ କୋଚ୍ ଚେନ୍ନାଇ ସୁପର କିଙ୍ଗସଠାରୁ ଅଲଗା ହେବା ଦଳ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ଲଗାତାର ୩ ସିଜିନ ଧରି ଦଳ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା ।
ଖେଳାଳିରୁ କୋଚ୍, କାର୍ଯ୍ୟକାଳରେ CSK ୫ ଥର IPL ଚାମ୍ପିଅନ୍- ଷ୍ଟିଫେନ୍ ଫ୍ଲେମିଙ୍ଗ୍ ପ୍ରଥମେ ୨୦୦୮ ମସିହାରେ IPLର ପ୍ରଥମ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ରେ ଖେଳାଳି ଭାବରେ ଯୋଗ ଦେଇଥିଲେ। ୨୦୦୯ ମସିହାରେ, ତାଙ୍କୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା । ସେବେଠାରୁ ୨୦୨୬ ପର୍ଯ୍ୟନ୍ତ, ଫ୍ଲେମିଙ୍ଗ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଯୋଡ଼ି ଚେନ୍ନାଇ ଦଳକୁ ଅନେକ ସଫଳତା ପ୍ରଦାନ କରିଥିଲେ । ଫ୍ଲେମିଙ୍ଗଙ୍କ ପ୍ରଶିକ୍ଷଣ କାର୍ଯ୍ୟକାଳରେ, ଚେନ୍ନାଇ ୫ ଥର ଆଇପିଏଲ ଟ୍ରଫି ଏବଂ ଦୁଇ ଥର ଚାମ୍ପିଅନ୍ସ ଲିଗ୍ ଟି-ଟ୍ୱେଣ୍ଟି ଟାଇଟଲ ଜିତିଥିଲା। ଫ୍ଲେମିଙ୍ଗଙ୍କ ନେତୃତ୍ୱରେ, ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଇତିହାସର ସବୁଠାରୁ ସଫଳ ଏବଂ ନିର୍ଭରଯୋଗ୍ୟ ଦଳ ମଧ୍ୟରୁ ଗୋଟିଏ ହୋଇଗଲା । ଫ୍ଲେମିଙ୍ଗଙ୍କ ନେତୃତ୍ୱରେ, ଦଳ ରେକର୍ଡ ୧୨ ଥର ପ୍ଲେଅଫ୍ (ଶ୍ରେଷ୍ଠ ଚାରି) ରେ ପହଞ୍ଚିଥିଲା ଏବଂ ୧୦ ଥର IPL ଫାଇନାଲରେ ଖେଳିଥିଲା । ଏବେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ପରସ୍ପର ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଇତିହାସର ସବୁଠାରୁ ସଫଳ ଏବଂ ଦୀର୍ଘକାଳୀନ ଭାଗୀଦାରି ମଧ୍ୟରୁ ଗୋଟିଏ ।
ସିଏସଏକ ଛାଡିବାକୁ ନେଇ ଭାବପ୍ରବଣ ହୋଇ ଷ୍ଟିଫେନ୍ ଫ୍ଲେମିଙ୍ଗ କହିଛନ୍ତି, "କ୍ରୀଡା ଜଗତରେ ୧୮ ବର୍ଷ ହେଉଛି ଏକ ଜୀବନ । ମୁଁ ଏଠାରୁ କେବଳ କୃତଜ୍ଞତା ସହିତ ବିଦାୟ ନେଉଛି । ଚେନ୍ନାଇ ସୁପର କିଙ୍ଗ୍ସ ସହିତ ମୋର ସମୟ ମୋ ପ୍ରଶିକ୍ଷଣ କ୍ୟାରିୟରରେ ସର୍ବୋତ୍ତମ ସମ୍ମାନ । ଆମେ ଏଠାରେ ସ୍ମରଣୀୟ ବିଜୟ ପାଳନ ସେଲିବ୍ରେସନ୍ କରିଛୁ । କଠିନ ସମୟର ସମ୍ମୁଖୀନ ହୋଇଥିଲୁ ଏବଂ ଏପରି ସ୍ମୃତି ସୃଷ୍ଟି କରିଥିଲୁ ଯାହା ସବୁଦିନ ପାଇଁ ମୋ ସହିତ ରହିବ । ସିଏସକେ ସବୁବେଳେ ମୋ ହୃଦୟର ନିକଟତର ରହିବ, ଏବଂ ମୁଁ ଆଗକୁ ବି ଏହି ଦଳକୁ ସମର୍ଥନ କରିବି । ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ସିଏସକେ ଛାଡିବାକୁ ଏକ ଐତିହାସିକ ଯୁଗର ଅନ୍ତ ବୋଲି କୁହାଯାଉଛି ।
ଏହା ବି ପଢନ୍ତୁ...Suryakumar Yadav T-Shirt: ମିଷ୍ଟର ୩୬୦ଙ୍କ 'କ୍ୟାପ୍ଟେନ୍-ଲିଡର' ଟି-ସାର୍ଟକୁ ନେଇ ହଙ୍ଗାମା, ବିସିସିଆଇକୁ ରୋଷ୍ଟ କଲେ କି ସ୍କାଏ ?
CSKର ପ୍ରଦର୍ଶନ ଖରାପ ରହିଛି- ଚେନ୍ନାଇ ଶେଷ ଥର ପାଇଁ ୨୦୨୩ ମସିହାରେ ଆଇପିଏଲ ଟ୍ରଫି ଜିତିଥିଲା। ଗୋଟିଏ ବର୍ଷ ପୂର୍ବରୁ ୨୦୨୨ ମସିହାରେ ସେମାନେ ୯ମ ସ୍ଥାନରେ ରହିଥିଲେ । ୨୦୨୩ ପରେ ଦଳର ପ୍ରଦର୍ଶନ ଧୀରେ ଧୀରେ ଫ୍ଲପ୍ ହେଲା । ୨୦୨୪ ମସିହାରେ ସେମାନେ ୫ମ ସ୍ଥାନରେ ଏବଂ ୨୦୨୫ ମସିହାରେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଥିଲା ଚେନ୍ନାଇ । ଚଳିତବର୍ଷରେ ବି ଦଳର ପ୍ରଦର୍ଶନ ଖରାପ ଥିଲା, ୮ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଗତ ତିନି ସିଜିନରେ CSK ଥରେ ବି ପ୍ଲେଅଫରେ ସ୍ଥାନ ପାଇପାରିନାହିଁ । ଋତୁରାଜ ଗାଏକ୍ୱାଡଙ୍କୁ ନେତୃତ୍ୱରେ ଦଳ ସଫଳତା ସନ୍ଧାନରେ ରହିଛି । ଏଥର ଏମଏସ ଧୋନୀ ଗୋଟିଏ ବି ମ୍ୟାଚ୍ ଖେଳିନଥିଲେ ।