ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନିର୍ବାଚନୀ ବଣ୍ଡ ବନ୍ଦ ହୋଇଯିବା ପରେ ପ୍ରୁଡେଣ୍ଟ ଇଲେକ୍ଟୋରାଲ୍‌ ଟ୍ରଷ୍ଟରେ ଡୋନେସନ୍‌ ବର୍ଷା; ଅଧିକ ପାଇଛି ବିଜେପି, ଦ୍ବିତୀୟରେ କଂଗ୍ରେସ

Published By : Tapas Panda | January 19, 2025 7:10 PM

ନୂଆଦିଲ୍ଲୀ: ଫେବ୍ରୁଆରୀ, ୨୦୨୪ରେ ସୁପ୍ରିମକୋର୍ଟ ଇଲେକ୍ଟୋରାଲ୍‌ ବଣ୍ଡକୁ ରଦ୍ଦ କରିଦେବା ପରେ ଏବେ ପ୍ରୁଡେଣ୍ଟ ଇଲେକ୍ଟ୍ରୋରାଲ୍‌ ଟ୍ରଷ୍ଟକୁ କର୍ପୋରେସନ୍‌ ଡୋନେସନ୍‌ର ବର୍ଷା ହେଉଛି । ୨୦୨୩-୨୪ରେ ଟ୍ରଷ୍ଟ ମୋଟ ୧୦୭୫.୭ କୋଟି ଟଙ୍କା ହାସଲ କରିଛି । ସେଥିମଧ୍ୟରୁ ତିନି ଚତୁର୍ଥାଂଶ ରାଶି ଫେବ୍ରୁଆରୀ ୧୬, ୨୦୨୪ ଏବଂ ମାର୍ଚ୍ଚ ୩୧, ୨୦୨୪ ମଧ୍ୟରେ ଟ୍ରଷ୍ଟକୁ ଆସିଛି ।  ପ୍ରୁଡେଣ୍ଟର ଡୋନେସନ୍‌ ବା ଚାନ୍ଦା ରିପୋର୍ଟ ଅନୁଯାୟୀ, ୨୦୨୨-୨୦୨୩ ମଧ୍ୟରେ ଏହି ରାଶି ୩୬୩ କୋଟି ଟଙ୍କା ଥିଲା । ଯାହା ୨୦୨୩-୨୦୨୪ ମଧ୍ୟରେ ୧୦୭୫.୭ କୋଟି ଟଙ୍କାରେ ପହଞ୍ଚିଛି ।

୧୬ ଫେବ୍ରୁଆରୀ ୨୦୨୪ରୁ ୩୧ ମାର୍ଚ୍ଚ ୨୦୨୪ ମଧ୍ୟରେ ୭୯୭.୧ କୋଟି ଟଙ୍କା ଡୋନେସନ୍‌ ମିଳିଛି । ତେବେ ଇଲେକ୍ଟୋରାଲ୍‌ ବଣ୍ଡ ବନ୍ଦ ହୋଇଯିବା ପରେ କର୍ପୋରେଟ୍‌ ଦୁନିଆ ଚାନ୍ଦା ଦେବା ଲାଗି ଇଲେକ୍ଟୋରାଲ୍‌ ଟ୍ରଷ୍ଟକୁ ବାଛିଥାଇ ପାରନ୍ତି ବୋଲି କୁହାଯାଉଛି । ପ୍ରୁଡେଣ୍ଟକୁ ଚାନ୍ଦା ଦେଉଥିବା ଦାତାଙ୍କ ସଂଖ୍ୟା ୨୦୨୩-୨୪ରେ ବଢ଼ି ୮୩ରେ ପହଞ୍ଚି ଯାଇଛି । ଗତ ଆର୍ଥିକ ବର୍ଷରେ ଏହି  ସଂଖ୍ୟା ପ୍ରାୟ ୨୨ ଥିଲା । ଚାନ୍ଦା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଆର୍ସେଲର ଗ୍ରୁପ୍‌, ଡିଏଲଏଫ ଲିମିଟେଡ୍‌, ମାରୁତି ସୁଜୁକି, ସିପ୍ଲା ଏବଂ ଜିଏମଆର ଗ୍ରୁପ୍‌ ପ୍ରମୁଖ ସାମିଲ ।

 ସେପଟେ ପ୍ରୁଡେଣ୍ଟ ଇଲେକ୍ଟୋରାଲ୍‌ ଟ୍ରଷ୍ଟ ୧୦୭୫.୭ କୋଟି ଟଙ୍କା ୭ଟି ପାର୍ଟିକୁ ବାଣ୍ଟିଛି । ଏଥିରୁ ସବୁଠାରୁ ଅଧିକ ୭୨୩.୮ କୋଟି ଟଙ୍କା ପାଇଛି ଭାରତୀୟ ଜନତା ପାର୍ଟି (ବିଜେପି) । ଏହା ପରେ କଂଗ୍ରେସକୁ ୧୫୬.୪ କୋଟି ଟଙ୍କା ମିଳିଛି । ସେହିଭଳି ବିଆରଏସ୍‌କୁ ୮୫ କୋଟି, ଓ୍ବାଇଏସଆର କଂଗ୍ରେସକୁ ୭୨.୫ କୋଟି, ଟିଡିପିକୁ ୩୩ କୋଟି ଏବଂ ଜନସେନା ପାର୍ଟିକୁ ୫ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି ।  

ପ୍ରୁଡେଣ୍ଟ ଟ୍ରଷ୍ଟ ବ୍ୟତୀତ ଅନ୍ୟ ଟ୍ରଷ୍ଟ ମଧ୍ୟ ରାଜନୈତିକ ଦଳଙ୍କୁ ଟଙ୍କା ବାଣ୍ଟିଛନ୍ତି । ଟ୍ରାୟମ୍ଫ ଇଲେକ୍ଟୋରାଲ୍‌ ଟ୍ରଷ୍ଟ ବିଜେପି ୧୨୭.୫ କୋଟି ଟଙ୍କା ଦେଇଥିବା ବେଳେ ଡିଏମକେ ୫ କୋଟି ଟଙ୍କା ଦେଇଛି । ସେହଭିଳି ଜୟଭାରତ ଟ୍ରଷ୍ଟ ବିଜେପିକୁ ୫ କୋଟି, ଡିଏମକେକୁ ୩ କୋଟି ଏବଂ ଏଆଇଏଡିଏମକେକୁ ୧ କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.