ପ୍ରମୂଖ ଖବର
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଭଦ୍ରକରେ ବନ୍ୟା ବିତ୍ପାତ, ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି

Published By : Prameya | July 28, 2025 9:16 AM

ଭଦ୍ରକ ୨୮/୦୭: ଭଦ୍ରକରେ ବନ୍ୟା ବିତ୍ପାତ।  ୨୧ ପଞ୍ଚାୟତର ୨୯ଟି ଗାଁ ବନ୍ୟାରେ ପ୍ରଭାବିତ  ହୋଇଛି । ଧାମନଗରର ୧୧ ପଞ୍ଚାୟତ, ଭଣ୍ଡାରିପୋଖରୀର  ୪ଟି, ତିହିଡ଼ିର ୫ଟି ଓ ଚାନ୍ଦବାଲିର ଗୋଟିଏ ପଞ୍ଚାୟତ  ପ୍ରଭାବିତ ହୋଇଛି । ଜିଲ୍ଲାରେ ଥିବା ସୋହଡ଼ା, ପଧାନି, ଅର୍ଜୁନପୁର ଓ ହସନାବାଦ ଭଳି ୪ଟି ପଞ୍ଚାୟତ ଅଧିକ  ପ୍ରଭାବିତ ହୋଇଛି । ଏହି ୪ଟି ପଞ୍ଚାୟତରେ ଥିବା ସବୁ  ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ବୋଲି  ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଲୋକେ ପାଣି ଘେରରେ ଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି।

ବୈତରଣୀ  ନଦୀରେ ଚଳିତ ବର୍ଷାଋତୁର ଆସିଥିବା ପ୍ରଥମ  ମଧ୍ୟମ ଧରଣର ବନ୍ୟା ବିପଦ ଟଳିଛି । ଶନିବାର  ରାତି ଗୋଟାଏ ସମୟରେ ଆଖୁଆପଦା ଠାରେ  ନଦୀର ଜଳସ୍ତର ସର୍ବାଧିକ ୧୮.୯୯ମିଟରରେ  ପହଞ୍ଚି ସ୍ଥିର ହୋଇଯାଇଥିଲା । ପରେ ଜଳସ୍ତର  କ୍ରମେ ହ୍ରାସ ପାଇଥିଲା । ରବିବାର ଦିନ  ୧୨ଟା ବେଳେ ଜଳସ୍ତର ବିପଦସଙ୍କେତ ସ୍ତର  ୧୮.୩୩ମିଟର ତଳକୁ ଆସିଥିଲା ।  ଆଖୁଆପଦାରେ ୧୭.୭୦ ମିଟରରେ  ବନ୍ୟା ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରୁ ବନ୍ୟା ଜଳ କମ ହୋଇଥିଲେ ମଧ୍ୟ ତଳିଆ ଅଞ୍ଚଳରେ ବନ୍ୟା ଜଳ ଜମି ରହିଛି । ଧାମନଗର ବ୍ଲକ ଅଧିନରେ ଥିବା ୪ ପଞ୍ଚାୟତ ସୋହଡ଼ା, ପଧାନି, ଅର୍ଜୁନପୁର ଓ ହସନାବାଦ ପଞ୍ଚାୟତର ସ୍କୁଲ ଗୁଡ଼ିକ ପ୍ରଭାବିତ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.