ଭଦ୍ରକ ୨୮/୦୭: ଭଦ୍ରକରେ ବନ୍ୟା ବିତ୍ପାତ।  ୨୧ ପଞ୍ଚାୟତର ୨୯ଟି ଗାଁ ବନ୍ୟାରେ ପ୍ରଭାବିତ  ହୋଇଛି । ଧାମନଗରର ୧୧ ପଞ୍ଚାୟତ, ଭଣ୍ଡାରିପୋଖରୀର  ୪ଟି, ତିହିଡ଼ିର ୫ଟି ଓ ଚାନ୍ଦବାଲିର ଗୋଟିଏ ପଞ୍ଚାୟତ  ପ୍ରଭାବିତ ହୋଇଛି । ଜିଲ୍ଲାରେ ଥିବା ସୋହଡ଼ା, ପଧାନି, ଅର୍ଜୁନପୁର ଓ ହସନାବାଦ ଭଳି ୪ଟି ପଞ୍ଚାୟତ ଅଧିକ  ପ୍ରଭାବିତ ହୋଇଛି । ଏହି ୪ଟି ପଞ୍ଚାୟତରେ ଥିବା ସବୁ  ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ବୋଲି  ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଲୋକେ ପାଣି ଘେରରେ ଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛି।

ବୈତରଣୀ  ନଦୀରେ ଚଳିତ ବର୍ଷାଋତୁର ଆସିଥିବା ପ୍ରଥମ  ମଧ୍ୟମ ଧରଣର ବନ୍ୟା ବିପଦ ଟଳିଛି । ଶନିବାର  ରାତି ଗୋଟାଏ ସମୟରେ ଆଖୁଆପଦା ଠାରେ  ନଦୀର ଜଳସ୍ତର ସର୍ବାଧିକ ୧୮.୯୯ମିଟରରେ  ପହଞ୍ଚି ସ୍ଥିର ହୋଇଯାଇଥିଲା । ପରେ ଜଳସ୍ତର  କ୍ରମେ ହ୍ରାସ ପାଇଥିଲା । ରବିବାର ଦିନ  ୧୨ଟା ବେଳେ ଜଳସ୍ତର ବିପଦସଙ୍କେତ ସ୍ତର  ୧୮.୩୩ମିଟର ତଳକୁ ଆସିଥିଲା ।  ଆଖୁଆପଦାରେ ୧୭.୭୦ ମିଟରରେ  ବନ୍ୟା ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରୁ ବନ୍ୟା ଜଳ କମ ହୋଇଥିଲେ ମଧ୍ୟ ତଳିଆ ଅଞ୍ଚଳରେ ବନ୍ୟା ଜଳ ଜମି ରହିଛି । ଧାମନଗର ବ୍ଲକ ଅଧିନରେ ଥିବା ୪ ପଞ୍ଚାୟତ ସୋହଡ଼ା, ପଧାନି, ଅର୍ଜୁନପୁର ଓ ହସନାବାଦ ପଞ୍ଚାୟତର ସ୍କୁଲ ଗୁଡ଼ିକ ପ୍ରଭାବିତ ହୋଇଛି ।