ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୋନନଦୀରେ ଆସିଲା ବନ୍ୟାପାଣି, ଉପକୂଳ ଅଞ୍ଚଳବାସୀ ପ୍ରଭାବିତ

Published By : Harapriya Sethi | October 26, 2024 7:16 AM

ନୀଳଗିରି,୨୬/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ସୋନନଦୀରେ ଆସିଲା ବନ୍ୟା ପାଣି । ବାତ୍ୟା 'ଦାନା' ପ୍ରଭାବରେ ଶୁକ୍ରବାର ଦିନ ସାରା ବର୍ଷା ଲାଗିରହିଥିଲା । ଫଳରେ ମୟୂରଭଞ୍ଜ ଜିଲ୍ଲା କାଳଡ୍ୟାମରେ ପାଣି ଛଡାଯାଇଥିଲା । ଡ୍ୟାମ୍‌ରେ ପାଣି ଛାଡିବା ପରେ ଏଭଳି ବନ୍ୟା ପରିସ୍ଥିତି ଆସିଥିବା ଜଣାପଡିଛି ।

ବନ୍ୟପାଣି ଆସିବା ପରେ ନଈକୂଳିଆ ଲୋକେ ଆତଙ୍କିତ ହୋଇପଡିଛନ୍ତି । ବେଗୁନିଆ ଅଞ୍ଚଳରେ ନଦୀରୁ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି । ବନ୍ୟା ପାଣି ଆସିବା ନେଇ ସୋନନଦୀ ଉପକୂଳ ଅଞ୍ଚଳ ବାଡ଼ିଆ, ଜୁଣକୋଇଲି, ଖସାପଡିଆ, ମଛୁଆ, ସିଙ୍ଗିରୀ, ବେଗୁନିଆ, ତୁଟାପଡା ଗାଁ ପ୍ରଭାବିତ ହେବ ବୋଲି ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.